ବାଲିମେଳା ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡିଗଲା ଡଙ୍ଗା, ମହିଳା ମୃତ

ଭୁବନେଶ୍ୱର(କେନ୍ୟୁଜ୍): ବାଲିମେଳା ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡିଗଲା ଡଙ୍ଗା, ମହିଳା ମୃତ। ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ।ଏଭଳି ଘଟଣା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ବାଲିମେଳା ଜଳଭଣ୍ଡାରରେ। ମୃତ ମହିଳା ଜଣଙ୍କ ହେଲେ ମୋତି ଗୋଲାରୀ।

ସୂଚନା ମୁତାବକ, ଗତକାଲି ଅର୍ଜୁନ ଗୋଲାରୀ ଓ ତାଙ୍କ ପତ୍ନୀ ମୋତି ଦେଶୀ ଡଙ୍ଗା ସାହାଯ୍ୟରେ ଧାକଡ଼ପଦରରୁ ଯନ୍ତରୀ ଗାଁକୁ ଫେରୁଥିଲେ। ଅର୍ଜୁନ ନିଜେ ଡଙ୍ଗା ଚଲାଉଥିଲେ। ହଠାତ୍ ବାଲିମେଳା ଭଣ୍ଡାରରେ ଡଙ୍ଗାଟି ଯାଉଥିବା ବେଳେ ଝଡ଼ତୋଫାନ ମାଡ଼ି ଆସିଥିଲା। ଡଙ୍ଗା ଭିତରେ ପାଣି ପଶିଯାଇଥିଲା।

ଶେଷରେ ଡଙ୍ଗାଟି  ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ମୋତି ନିଖୋଜ ହୋଇଯାଇଥିଲା ବେଳେ ଅର୍ଜୁନ ପହଁରି ପହଁରି ଆସି କୂଳରେ ଲାଗିଥିଲେ।  ଖବର ପାଇ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.