ଚାରା ଖାଇବାକୁ ଯାଇ ଷଣ୍ଢ ବେକରେ ଫସିଗଲା ସାଇକେଲ, ରାସ୍ତାରେ ଦୌଡ଼ିଲା ବେଳେ ଲୋକେ କଲେ ଭିଡ଼ିଓ

ରାସ୍ତାରେ ଅନେକ ପ୍ରାଣୀ ବୁଲାବୁଲି କରୁଥିବାର ଆପଣ ନିଶ୍ଚୟ ଦେଖିଥିବେ। ହେଲେ କେବେ କୌଣସି ପଶୁକୁ କିଛି ଜିନିଷ ଉଠାଇ ଦୌଡ଼ିବାର ଦେଖିନଥିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ଯିଏ ଏହାକୁ ଥରେ ଦେଖୁଛି ସେ ହସି ହସି ଗାଡି ଯାଉଛି। ବହରାଇଚ୍‌ରେ ୩ଦିନ ପୂର୍ବେ ଏକ ଷଣ୍ଢକୁ ସଡ଼କରେ ଦେଖିବାକୁ ମିଳିଥିଲା। ଯାହାର ବେକରେ ଏକ ସାଇକେଲ ପଶି ରହିଥିଲା। ଷଣ୍ଢ ସାଇକେଲଟିକୁ ନେଇ ସଡ଼କରେ ଦୌଡ଼ୁଥିବାର ଦେଖିବାକୁ ମିଳୁଥିଲା। ଏହାକୁ ଲୋକେ ଭିଡ଼ିଓ କରି ଭାଇରାଲ କରିଥିଲେ।

ଏହି ମାମଲା ବାହରାଇଚ୍ ଜିଲ୍ଲାର ଆଲିନାଗର ଗ୍ରାମ ପଞ୍ଚାୟତରର । ଏଠାରେ ରହୁଥିବା ବାବୁ ରାମ ଯାଦବଙ୍କ ପୁଅ ଚେତରାମ ଦୁଇ ଦିନ ପୂର୍ବେ ପଶୁଙ୍କର ଚାରା ସୁରକ୍ଷିତ ରଖିବା ପାଇଁ ତା ଉପରେ ନିଜର ସାଇକେଲ ରଖି ଦେଇଥିଲେ । ବିଳମ୍ବିତ ରାତିରେ ହଠାତ୍ ଏକ ଷଣ୍ଢ ସବୁଜ ଚାରା ଖାଇବା ପାଇଁ ପଶିଗଲା। ଚାରା ଦେଖି ଷଣ୍ଢ ସାଇକେଲର ମଝିରେ ନିଜର ମୁହଁ ପୂରାଇ ଖାଇବାକୁ ଲାଗିଲା । ଯେବେ ସେ ମୁଣ୍ଡ ବାହାର କଲା ତ ସାଇକେଲ ଫ୍ରେମ୍‌ ତାର ବେକରେ ଅଟକି ରହିଲା । ଏହାପରେ ଷଣ୍ଢ ତାକୁ ଧରି ଏପଟେ ସେପଟ ଦୌଡ଼ିବାକୁ ଲାଗିଲା ।

ଯେତେବେଳେ ଷଣ୍ଢ ସାଇକେଲ ଧରି ରାସ୍ତାରେ ଦଉଡିବାକୁ ଲାଗିଲା ଲୋକମାନେ ଏହା ଦେଖି ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିଥିଲେ।ତେବେ ସୂଚନା ମୁତାବକ ଜାରୱାଲ୍ରୋଡ ପୋଲିସ ଷ୍ଟେସନର ଦୁଇଜଣ କନଷ୍ଟେବଳ ମଧ୍ୟ ଷଣ୍ଢ ବେକରେ ଲାଗିଥିବା ସାଇକେଲ ହଟାଇବାକୁ ଘଣ୍ଟା ଘଣ୍ଟା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.