ସୋର (କେନ୍ୟୁଜ ): ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗଡ଼ ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ଧର୍ମ ପତ୍ନୀ ଶାନ୍ତିଲତା ଗାହାଣ (୪୭) ୪ ଦିନ ତଳେ ପଦାକୁ ଝାଡ଼ା ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକ ମାନେ ଖୋଜାଖୋଜି କରିବା ପରେ ପାଇ ନଥିବା ବେଳେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଆଜି ସକାଳେ ପରିବାର ଲୋକେ ମାନେ କୁପାରୀ ନିକଟ ବରପଦା ଗ୍ରାମ ନିକଟ ଏକ ପରିତ୍ୟକ୍ତ ମୋରମ ଖଣିରେ ମୃତ୍ୟୁ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ଖଇରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶାନ୍ତିଲତା ଙ୍କ ମାନସିକ ବିକୃତି ଥିବା ନେଇ ପରିବାର ଓ ସ୍ଥାନୀୟ ଆଶାକର୍ମୀ ପ୍ରତିକ୍ରିୟା ରଖିଛନ୍ତି । ତହସିଲଦାର ମହେନ୍ଦ୍ର କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…
ଟି-୨୦ ବିଶ୍ୱକପ୍ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…
ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…
ନରସିଂହପୁର (କେନ୍ୟୁଜ୍): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…
ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…
ଭୁବନେଶ୍ୱର(କେନ୍ୟୁଜ୍): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି…