ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ୪ ଦିନ ଧରି ନିଖୋଜ ଥିଲେ

ସୋର (କେନ୍ୟୁଜ ): ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗଡ଼ ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ଧର୍ମ ପତ୍ନୀ ଶାନ୍ତିଲତା ଗାହାଣ (୪୭) ୪ ଦିନ ତଳେ ପଦାକୁ ଝାଡ଼ା ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକ ମାନେ ଖୋଜାଖୋଜି କରିବା ପରେ ପାଇ ନଥିବା ବେଳେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଆଜି ସକାଳେ ପରିବାର ଲୋକେ ମାନେ କୁପାରୀ ନିକଟ ବରପଦା ଗ୍ରାମ ନିକଟ ଏକ ପରିତ୍ୟକ୍ତ ମୋରମ ଖଣିରେ ମୃତ୍ୟୁ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ଖଇରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶାନ୍ତିଲତା ଙ୍କ ମାନସିକ ବିକୃତି ଥିବା ନେଇ ପରିବାର ଓ ସ୍ଥାନୀୟ ଆଶାକର୍ମୀ ପ୍ରତିକ୍ରିୟା ରଖିଛନ୍ତି । ତହସିଲଦାର ମହେନ୍ଦ୍ର କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.