ନିଜ ପତ୍ନୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କଲେ ଜଣାଶୁଣା ଫିଲ୍ମ ନିର୍ମାତା! Videoରେ କଏଦ ହେଲା ଛାତିଥରା ଦୃଶ୍ୟ

ଫିଲ୍ମ ନିର୍ମାତା କମଲ କିଶୋର ମିଶ୍ରଙ୍କ ନାଁରେ ପତ୍ନୀଙ୍କୁ କାର୍ ଚଢ଼ାଇଦେବା ନେଇ ଅଭିଯୋଗ ହୋଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ମୁତାବକ, କମଲ କିଶୋର ମିଶ୍ରଙ୍କ ପତ୍ନୀ ତାଙ୍କୁ କାର୍ରେ କୌଣସି ଅନ୍ୟ ମହିଳାଙ୍କ ସହିତ ଦେଖି ନେଇଥିଲେ, ଯାହାପରେ କମଲ କିଶୋର ପତ୍ନୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ସିସିଟିଭି ଫୁଟେଜ୍ରେ ତାଙ୍କ ପତ୍ନୀଙ୍କୁ ତଳେ ପଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ଏହାକୁ ଆଧାର କରି କମଲ କିଶୋର ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଅକ୍ଟୋବର ୧୯ରେ ମୁମ୍ବାଇର ଏକ ଆପାର୍ଟମେଣ୍ଟ ପାର୍କିଂ ଏରିଆରେ ହୋଇଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସିସିଟିଭି ଭିଡିଓରେ ଦେଖାଯାଉଛି କି, ପାର୍କିଂ ଏରିଆରେ ଜଣେ ମହିଳା ମର୍ସିଡିଜ୍ ଗାଡ଼ି ଚାଳକଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଚାଳକ ଜମାରୁ ବି ଅଟକୁ ନାହାନ୍ତି। ଓଲଟା ସେ ମହିଳାଙ୍କୁ ଧକ୍କା ମାରୁଛନ୍ତି। ମହିଳା ଜଣକ ତଳେ ପଡ଼ିଯିବା ପରେ ମଧ୍ୟ ସେ ପୁଣିଥରେ କାର୍ ଆଗ ଚକ ମହିଳାଙ୍କ ଉପରେ ଚଢ଼ାଇ ଦେଉଛନ୍ତି ଏବଂ ସେଠାରୁ ଗାଡ଼ି ଧରି ଚାଲି ଯାଉଛନ୍ତି। ଏହାରି ଭିତରେ ଜଣେ ଯୁବକ ଦୌଡ଼ି ଆସୁଛନ୍ତି ଏବଂ ମହିଳାଙ୍କୁ ଉଦ୍ଧାର କରୁଛନ୍ତି।
ରିପୋର୍ଟ ମୁତାବକ, କମଲ କିଶୋର ମିଶ୍ରଙ୍କ ପତ୍ନୀ ଅମ୍ବୋଲି ଥାନାରେ ଏ ନେଇ ଏତଲା ଦେବା ପରେ ପୋଲିସ ଆଇପିସି ଧାରା ୨୭୯ ଓ ୩୩୮ ଅଧୀନରେ ମାମଲା ରୁଜୁ କରିଛି। ପତ୍ନୀ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ତାଙ୍କୁ ଗୁରୁତର ଆଘାତ ଲାଗିଛି। ଅନ୍ୟପଟେ ପୋଲିସ ଅଭିଯୁକ୍ତ କମଲ କିଶୋରଙ୍କୁ ଖୋଜାଖୋଜି ଚଳାଇଥିବା ବେଳେ ମାମଲାର ତଦନ୍ତ ଜାରି ରଖିଛି।
କହି ରଖୁଛୁ କି, ଅଭିଯୁକ୍ତ କମଲ କିଶୋର ସିନେମା ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ପ୍ରଯୋଜକ। ସେ ଭୂତିୟାପା, ପ୍ଲଟ୍ ନମ୍ବର ୪୨୦, ଶର୍ମା ଜୀ କି ଲଗ୍ ଗୟି, ଦେହାତି ଡିସ୍କୋ, ଖଲି ବଲି ଭଳି କେତେକ ଫିଲ୍ମକୁ ପ୍ରଡ୍ୟୁସ୍ କରିଛନ୍ତି।
#WATCH | Case registered against film producer Kamal Kishore Mishra at Amboli PS u/s 279 & 338 of IPC for hitting his wife with a car.She claims after the incident she suffered head injuries.We’re searching for accused. Further investigation underway:Amboli Police
(CCTV Visuals) pic.twitter.com/0JSleTqyry
— ANI (@ANI) October 26, 2022