Categories: ରାଜ୍ୟ

ଗଛ ତଳେ ଓ ବାରଣ୍ଡାରେ ଚାଲିଛି ପାଠପଢା, ବଲାଙ୍ଗିର ବରକାନୀ ୟୁ.ପି. ସ୍କୁଲର ଇଏ ହେଉଛି ଦୁରବସ୍ଥା

କଣ୍ଟାବାଞ୍ଜି : ଛାତ୍ର ଛାତ୍ରୀଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ଦେବାକୁ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଏହି ଯୋଜନା ଅପହଞ୍ଚ ହୋଇ ପଡିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବରକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ । ଶ୍ରେଣୀଗୃହ ଅଭାବରୁ ଗଛ ତଳେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ । ମାତ୍ର ୨ଟି କୋଠରୀ ଫଳରେ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ସ୍କୁଲ ପାଖ ଗଛ ତଳେ ଓ ବାରଣ୍ଡାରେ ପାଠ ପଢୁଛନ୍ତି ।
ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଛି । ଏହି ୮ଟି କ୍ଲାସରେ ପଢନ୍ତି ପ୍ରାୟ ୧୧୮ ଜଣ ଛାତ୍ର ଛାତ୍ରୀ । ଗଛ ତଳେ ଓ ସ୍କୁଲ ବାରଣ୍ଡାରେ ପାଠ ପଢା ହେଉଛି । ବର୍ଷ ତମାମ ଏଭଳି କ୍ଲାସ ଚାଲିଥାଏ ବରକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗଛତଳେ ପାଠ ପଢୁ ଥିବାରୁ ବିଭିନ୍ନ ସମୟରେ ପବନ ହେଲେ ଗଛପତ୍ର ଝଡୁଛି, ଧୂଳି ସବୁ ଆଖିରେ ପଡିବା ସହ କେତେବେଳେ ସାପ ତ ଅନ୍ୟ କୌଣସି ସରୀସୃପର ସାମନା କରିବାକୁ ପଡୁଛି ।

ସ୍କୁଲରେ କୋଠରୀ କମ ଥିବାରୁ ଛାତ୍ର ଛାତ୍ରୀମାନେ ଅନେକ ଅସୁବିଧାର ସାମନା କରୁଛନ୍ତି । କେବଳ ଛାତ୍ରଛାତ୍ରୀ ନୁହେଁ ସ୍କୁଲକୁ ଆସୁଥିବା ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ମଧ୍ୟ ରଖିବାକୁ ସ୍ଥାନ ନଥିବାରୁ ତାହା ଖରାପ ହେଉଛି । ସ୍କୁଲରେ କୋଠରୀ କମ ଥିବାରୁ ଦୀର୍ଘ ୮ବର୍ଷ ପୂର୍ବରୁ ଏକ ନୂତନ ଶ୍ରେଣୀ ଗୃହ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ତାହା ମଧ୍ୟ ଆଜି ଯାଏ ଶେଷ ହୋଇ ପାରୁନାହିଁ । ଦୀର୍ଘ ଦିନରୁ ଏହି ସ୍କୁଲରେ ଶ୍ରେଣୀଗୃହ ଅଭାବ ପାଇଁ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

ଏ ନେଇ ଆମେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗକୁ ସେ ସ୍ୱୀକାର କରିବା ସହ ଅଧପନ୍ତରିଆ ହୋଇପଡିଥିବା ଅତିରିକ୍ତ ଶ୍ରେଣୀ ଗୃହକୁ ଯଥା ଶୀଘ୍ର ତିଆରି କରାଯିବ ବୋଲି କହିଛନ୍ତି । ଛାତ୍ର ଛାତ୍ରୀମାନେ ଗଛ ତଳେ କିପରି ଆଉ ବସି ପାଠ ନ ପଢିବେ ସେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

ଏଠି ପ୍ରଶ୍ନ ଉଠେ ଯେ କିଭଳି ଭାବେ ସ୍କୁଲଟି ଚାଲିଛି ସେ ସମ୍ପର୍କରେ ସ୍କୁଲର ଶିକ୍ଷକମାନେ କଣ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇ ନାହାନ୍ତି ? କଣ ଶିକ୍ଷା ଅଧିକାରୀଙ୍କ ନଜରକୁ ଆସୁନି ଏଭଳି ଛବି ?

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

20 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

51 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

54 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

57 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago