ରାଜ୍ୟ

ମୟୁରଭଂଜ ଜିଲ୍ଲା ଖନ୍ତ ଗାଁର ଆଦିବାସୀ ଯୁବକ ରାମ ସିର୍କା, ବଲିଉଡ୍ ଫିଟନେସ ଟ୍ରେନର ଭାବେ ମାୟାନଗରୀ ମୁମ୍ବାଇରେ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ

ରାଇରଙ୍ଗପୁର: ମୟୁରଭଂଜ ଜିଲ୍ଲା ବିଜାତଳା ବ୍ଲକର ଖନ୍ତ ଗାଁ। ଏଠାରେ ରୁହନ୍ତି ଆଦିବାସୀ ଯୁବକ ରାମ ସିର୍କା । ଯିଏ ଗାଁ ଦାଣ୍ଡରେ ଧୂଳି ମାଟିରେ ଖେଳି ବଡ ହୋଇଛନ୍ତି । କଥାରେ ଅଛି , ଦୃଢ଼ ମନୋଭାବ ଓ ଉଚ୍ଚ ଅଭିଳାସ ଆଗରେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକ ହାର ମାନିଥାଏ। ଆଉ ଏହାକୁ ସତ କରି ଦେଖେଇଛନ୍ତି ମୟୁରଭଂଜ ଖନ୍ତ ଗ୍ରାମର ରାମ ସିର୍କା । ଛୋଟ ବେଳୁ ଅଭିନେତା ହେବାର ଥିଲା ସ୍ୱପ୍ନ ଆଉ ସେହି ସ୍ୱପ୍ନ ହିଁ ତାଙ୍କୁ ବିଜାତଳାରୁ ବଲିଉଡକୁ ପହଞ୍ଚାଇଛି ।

ନିଜ ସ୍ବପ୍ନକୁ ସାକାର କରିବା ନେଇ ୨୦୦୫ରେ ମୟୁରଭଂଜ ଜିଲ୍ଲା ବିଜାତଳା ବ୍ଲକ ଖନ୍ତ ପରି ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ନଗରୀ ମାୟାନଗରୀ ମୁମ୍ବାଇକୁ ଯାଇଥିଲେ ରାମ ସିର୍କା। ସେଠାରେ ତାଙ୍କୁ ଅଭିନେତା ହେବା ନେଇ ଅନେକ ସଂଘର୍ଷ କରିବାକୁ ପଡିଥିଲା। ମାୟାନଗରୀରେ ସେ ସମସ୍ତଙ୍କ ପାଇଁ ଥିଲା ଅଜଣା। ରାମ ସିର୍କା ମାର୍ଶାଲ ଆର୍ଟ ବା ତାଇକୋଣ୍ଡ ଜାଣିଥିବାରୁ ସେଠାରେ ସେ ପ୍ରଥମେ ଟ୍ରେନର ଭାବେ କାମ ଆରମ୍ଭ କଲେ। ସେଲିବ୍ରେଟି ମାନଙ୍କୁ ଫିଟନେସ ଟ୍ରେନିଂ ଦେବା ନେଇ ଚର୍ଚ୍ଚିତ ହେବା ପରେ ବଲିଉଡ ତାରକା ଓ ତାଙ୍କ ପରିବାର ଲୋକଙ୍କୁ ଫିଟନେସ ଟ୍ରେନିଂ ଦେବା ନେଇ ଡାକରା ଆସିଲା । ଆଉ ଏହି ମାର୍ଶାଲ ଆର୍ଟ ହିଁ ତାଙ୍କ ଭାଗ ବଦଳାଇଦେଲା । ମାୟା ନଗରୀ ମୁମ୍ବାଇ ରେ ସେ ନିଜକୁ ଜଣେ ଆକ୍ଟର ,ଆକ୍ସନ ମାଷ୍ଟର , ସେଲିବ୍ରେଟି ଫିଟନେସ ଟ୍ରେନର ଭାବରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଲେ ।

ଅଭିନେତା ପ୍ରଭୁଦେବା ଓ ସାଲମାନ ଖାଁନଙ୍କ ସହ ସାକ୍ଷାତ ହିଁ ଥିଲା ତାଙ୍କର ସବୁଠାରୁ ବଡ ସଫଳତା। ତାଙ୍କର ଅଭିନୟକୁ ସେମାନେ ପସନ୍ଦ କଲେ। ସେମାନେ ହିନ୍ଦୀ ସିନେମାରେ ତାଙ୍କୁ ସୁଯୋଗ ଦେବା ପରେ ତାପର ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।ସଫଳତାର ସିଡ଼ି ସେ ଚଢି ଚାଲିଛନ୍ତି। ୨୦୧୬ ମସିହା ପରଠୁ ଗୋଟିଏ ପରେ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିବାର ସୁଯୋଗ ମିଳୁଛି।ଏଥି ସହିତ ଅଭିନେତା ମାନେ ତାଙ୍କୁ ଫିଟନେସ ଟ୍ରେନର ଭାବେ ନିଯୁକ୍ତ କରିଥିବା ବେଳେ ନିୟମିତ ଭାବେ ସେମାନଙ୍କୁ ସେ ଫିଟନେସ ଟ୍ରେନିଂ ଦେଉଛନ୍ତି । ରାମ ସିର୍କାଙ୍କ ଦୃଢ଼ ମନୋବଳ ଓ ଉଚ୍ଚାଭିଳାସ ଆଗରେ ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ମଧ୍ୟ ହାର ମାନିଥିଲା । ଆଉ ଏହାକୁ ସେ ଅଖ୍ୟାତ ପଲ୍ଲୀ ଖନ୍ତ ଗ୍ରାମର ଏକ ଆଦିବାସୀ ହୋ ପରିବାରରୁ ଯାଇ କରି ଦେଖେଇଲେ। କେହି କେବେ ଭାବିନଥିଲେ ରାମ ସିର୍କା ଦିନେ ବଲିଉଡରେ ନିଜର ଏକ ସ୍ୱତନ୍ତ ସ୍ଥାନ ତିଆରି କରିବ । ହିନ୍ଦୀ ଚଳଚିତ୍ର “ମର୍ଦ୍ କୋ ଦର୍ଦ୍ ନାହିଁ ହୋତା” “ଦବଙ୍ଗ ୩” ରେ ତାଙ୍କର ଅଭିନୟ କୁ ପ୍ରଶଂସା କରିଛନ୍ତି ଦର୍ଶକ। “ଶିବାସ ରିଡେମ୍ପସନ ” “ଦ କୁଂଫୁ ମାଷ୍ଟର ” ଏବଂ “ଆକ୍ସନ ହିରୋ ବୁଜୁ ” ରେ ମଧ୍ୟ ତାଙ୍କ ଆକ୍ସନର ଜାଲୱା ଦେଖାଇଛନ୍ତି । ଏକାଧିକ ରିଆଲିଟି ସୋ ଓ ଧାରାବାହିକରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି ରାମ। ଆସନ୍ତା ମେ ୧୩ ଇଦ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ସାଲମାନ ଖାଁ ଙ୍କ ହିନ୍ଦୀ ଚଳଚିତ୍ର ” ରାଧେ ” ରେ ଏକ ବିଶେଷ ଭୂମିକାରେ ଅଭିନୟ କରିଛନ୍ତି ରାମ ସିର୍କା।

ମୟୁରଭଞ୍ଜ ରାଇରଙ୍ଗପୁରରୁ ଏସ୍ .କେ ସଦାମଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

56 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago