ଯାଜପୁର: ଲକ୍ଷ୍ମୀ ପୂଜା ଦେଖିବାକୁ ମାମୁଁ ଘର ଗାଁକୁ ବୁଲି ଆସିଥିଲେ, କିନ୍ତୁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଘୁନାଥପୁର ଗାଁରେ। ମୃତକ ହେଉଛନ୍ତି, ନିକଟସ୍ଥ କମାଗଡ଼ ଗ୍ରାମର କ୍ଷୀରୋଦ ବଳଙ୍କ ପୁଅ ସତ୍ୟବ୍ରତ ବଳ (୧୮)। ସେ ଯୁକ୍ତ ୨ରେ ପାଠ ପଢ଼ୁଥିବା ବେଳେ ଲକ୍ଷ୍ମୀ ପୂଜା ପାଇଁ ମାମୁଁ ଘର ରଘୁନାଥପୁର ଗ୍ରାମକୁ ବୁଲି ଆସିଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ପୋଖରୀରେ ଗାଧୋଇବା ସମୟରେ ହଠାତ୍ ସେ ପାଣି ଭିତରକୁ ଚାଲିଯାଇଥିଲେ। ଗାଁ ଲୋକେ ଡକାଡକି ହୋଇ ତାଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବଡ଼ଚଣା ମେଡିକାଲ ପଠାଇ ଘଟଣାର ତଦନ୍ତ ଚଲାଇଛି।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…