Below header

ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ ମାମୁଁ ଘର ଗାଁ, ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା ଜୀବନ

ଯାଜପୁର: ଲକ୍ଷ୍ମୀ ପୂଜା ଦେଖିବାକୁ ମାମୁଁ ଘର ଗାଁକୁ ବୁଲି ଆସିଥିଲେ, କିନ୍ତୁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା  ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଘୁନାଥପୁର ଗାଁରେ। ମୃତକ ହେଉଛନ୍ତି, ନିକଟସ୍ଥ କମାଗଡ଼ ଗ୍ରାମର କ୍ଷୀରୋଦ ବଳଙ୍କ ପୁଅ ସତ୍ୟବ୍ରତ ବଳ (୧୮)। ସେ ଯୁକ୍ତ ୨ରେ ପାଠ ପଢ଼ୁଥିବା ବେଳେ ଲକ୍ଷ୍ମୀ ପୂଜା ପାଇଁ ମାମୁଁ ଘର ରଘୁନାଥପୁର ଗ୍ରାମକୁ ବୁଲି ଆସିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ପୋଖରୀରେ ଗାଧୋଇବା ସମୟରେ ହଠାତ୍ ସେ ପାଣି ଭିତରକୁ ଚାଲିଯାଇଥିଲେ। ଗାଁ ଲୋକେ ଡକାଡକି ହୋଇ ତାଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଧର୍ମଶାଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବଡ଼ଚଣା ମେଡିକାଲ ପଠାଇ ଘଟଣାର ତଦନ୍ତ ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.