Below header

ଦୃଢ ଇଛା ଶକ୍ତି ଆଗରେ ହାର୍‌ ମାନିଛି ଆର୍ଥିକ ପରିସ୍ଥିତି, ଜାତୀୟ ସ୍ତରର କ୍ରୀଡାବିତ୍‌ ହୋଇପାରିଛନ୍ତି ରିକ୍ସା ଚାଳକଙ୍କ ଝିଅ ଅନିତା

ସାଇକଲ ପୋଲୋରେ ଭାଗ ନେଇ ରାଷ୍ଟ୍ରୀୟ ସ୍ତରରେ କ୍ରୀଡାବିତ୍ ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅନିତା ନାଏକ। ବୟସ ୧୫ ବର୍ଷ, ସେ ଦଶମ ଶ୍ରେଣୀର ଛାତ୍ରୀ। ଅନିତା ଲଗାତାର ୫ ଥର ସାଇକଲ ପୋଲୋରେ ଚମ୍ପିଆନ ହେବା ସହ ଗୋଲ୍ଡ ମେଡାଲ ହାସଳ କରି ସ୍କଲାରସିପ୍ ପାଇଛନ୍ତି। ଏପରିକି ସେ ଛତିଶଗଡ ସବ୍ ଜୁନିୟର ଟିମ୍‌ର କ୍ୟାପଟେନ୍ ମଧ୍ୟ ରହିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ମଧ୍ୟ ମିଳିଛି। ଏପରି ଜଣେ ପ୍ରତିଭା ସଂପନ୍ନ ଝିଅ ହେଉଛନ୍ତି ଧର୍ମଗଡ ବ୍ଲକ ମଝେନପଦର ଗାଁର।

ପରିବାର ପ୍ରତିପୋଷଣ ପାଇଁ ଭିଟାମାଟି ଛାଡି ଦିନେ ଧର୍ମଗଡ ବ୍ଲକ ମଝେନପଦର ଗାଁର ଭରତ ନାଏକ ଛତିଶଗଡ ରାଜ୍ୟର ଭିଲାଇକୁ ଯାଇଥିଲେ। ରିକ୍ସା ଚଳାଇ ପରିବାର ପ୍ରତିପୋଷଣ ସହ ନିଜ ସକ୍ଷଢ଼ ଅନୁଯାୟୀ ପିଲାମାନଙ୍କ ନାଁ ସ୍କୁଲରେ ଲେଖାଇଥିଲେ। ପାଠ ପଢା ସହ ଅନିତାଙ୍କ ପ୍ରତିଭା ଦେଖି ପରିବାର ଲୋକେ ତାଙ୍କୁ ଉତ୍ସାହିତ କରିଥିଲେ। ଦଶମ ଶ୍ରେଣୀରେ ପଢୁଥିବା ଏହି ଝିଅଟି ସାଇକେଲ ପୋଲୋ ସବ୍ ଜୁନିୟର ଗ୍ରୁପ୍‌ରେ କ୍ୟାପଟେନ ଭାବେ ଛତିଶଗଡ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ। ୨୦୧୩-୧୪ରେ ବୋକାରୋ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ତରରେ ୧୨ତମ ସବ୍ ଜୁନିୟର ଗାର୍ଲସ୍ ନ୍ୟାସନାଲ ସାଇକଲ ପୋଲୋ ଚମ୍ପିଆନସିପ୍ ରେ ଭାଗ ନେଇ ଗୋଲ୍ଡ ମେଡାଲ ହାସଲ ସହ ୧୦ ହଜାର ଟଙ୍କା ସ୍କଲାରସିପ୍ ପାଇଛନ୍ତି। ୨୦୧୫–୧୬ ରେ ବିଜୟଓ୍ଵାଡାରେ ଅନୁଷ୍ଠିତ ୧୩ ତମ ଜୁନିୟର ନ୍ୟାସନାଲ ଗାର୍ଲସ୍ ସାଇକଲ ପୋଲୋରେ ଭାଗ ନେଇ ଗୋଲ୍ଡ ମେଡାଲ ପାଇବା ସହ ୧୦ ହଜାର ଟଙ୍କା ସ୍କଲାରସିପ୍ , ୨୦୧୬-୧୭ରେ ରାଜସ୍ଥାନର ଡୁଡଲୋଡ ଠାରେ ଅନୁଷ୍ଠିତ ୧୪ ତମ ଜୁନିୟର ନ୍ୟାସନାଲ ଗାର୍ଲସ୍ ସାଇକଲ ପୋଲୋରେ ଭାଗ ନେଇ ୧୦ ହଜାର ସହ ସ୍କଲାରସିପ୍ ଏବଂ ୨୦୧୭-୧୮ରେ ମଧ୍ୟ ସେହି ସ୍ଥାନରେ ଅନୁଷ୍ଠିତ ହୋଇଥିବା ୧୬ ତମ ନ୍ୟାସନାଲ ଗାର୍ଲସ୍ ସାଇକଲ ପୋଲୋରେ ଭାଗ ନେଇ ଗୋଲ୍ଡ ମେଡାଲ ସହ ୧୫ ହଜାର ଟଙ୍କା ସ୍କଲାରସିପ୍ ପାଇଛନ୍ତି।

ଏହାସହ ପଢନ୍ତୁ: ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟରଙ୍କ ସ୍ୱର୍ଣ୍ଣ ପଦକ ହାସଲ

ପେଟ ପାଇଁ ଦାନା ଯୋଗାଡ କରିବାକୁ ଯାଇ ଏଭଳି କୃତିତ୍ୱ ହାସଲ କରିବା ଏ ଅଞ୍ଚଳ ଏବଂ ରାଜ୍ୟ ପାଇଁ ଏକ ଗୌରବର ବିଷୟ। ଓଡିଶା ସରକାର ଏଭଳି ଜଣେ ପ୍ରତିଭା ସଂପନ୍ନ କ୍ରୀଡାବିତ୍ ଙ୍କୁ ନିଜ ରାଜ୍ୟକୁ ଫେରାଇଆଣି ତାଙ୍କୁ ଉପଯୁକ୍ତ ଥଇଥାନ୍ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.