ଯୋଗଗୁରୁଙ୍କୁ ଏମିତି ହଇରାଣ କରୁଛନ୍ତି ତୈମୁର, ଭାଇରାଲ ହେଉଛି ଟିକଟକ ଭିଡ଼ିଓ

ବଲିଉଡର ବେବୋ ଭାବେ ପରିଚିତ କରୀନା କପୁରଙ୍କ ପୁଅ ତୈମୁରକୁ କିଏ ବା ନ ଜାଣେ। ପ୍ରତିଦିନ ତୈମୁରଙ୍କ କିଛି ନା କିଛି ମଜାଦାର ଭିଡ଼ିଓ ସାମ୍ନାକୁ ଆସୁଛି। ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି।

ଏହାସହ ପଢ଼ନ୍ତୁ: “ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର”ର ଫାଷ୍ଟ ଲୁକ ଜାରି, ଅଲଗା ଅନ୍ଦାଜରେ ନଜର ଆସିଲେ ବିଦ୍ୟା ବାଲନ

ନିକଟରେ ତୈମୁରଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ତାଙ୍କୁ ଯୋଗ ଗୁରୁଙ୍କ ସହ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କରୀନା ପୁଅ ତୈମୁରକୁ ନେଇ ଯୋଗ ଗୁରୁଙ୍କ ପାଖକୁ ଆସିଛନ୍ତି। ସେତେବେଳେ ଯୋଗଗୁରୁ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ କପୁରକୁ ଟ୍ରେନିଂ ଦେଉଥିଲେ। ଏତିକି ବେଳେ ତୈମୁର ଆସି ଯୋଗଗୁରୁଙ୍କ କାନ୍ଧରେ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଟିକଟକରେ ଏହି ଭିଡ଼ିଓ ଅପଲୋଡ଼ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି।

ୟୁଜରମାନେ ତୈମୁରଙ୍କୁ ନେଇ ମଜାଳିଆ କମେଣ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି ତୈମୁର କହୁଛନ୍ତି ପ୍ରଥମେ ମୁଁ ଶିଖିବି। ସେହିପରି ଆଉ ଜଣେ କହିଛନ୍ତି-ତୈମୁର ଆଗକୁ ଯାଇ ମା ବାପାଙ୍କ ନାଁ ରଖିବ।

ପୂର୍ବରୁ କରୀନା କପୁର ତୈମୁରକୁ ନେଇ କହିଥିଲେ ଯେ ସେ ଚାହୁଁଛନ୍ତି ତାଙ୍କ ପୁଅ ଏକ କ୍ରିକେଟର ହେଉ। ସୂଚନାଯୋଗ୍ୟ ଯେ ତୈମୁରଙ୍କ ଦାଦା ମନସୁର ଅଲ୍ଲୀ ଖାଁ ପଟ୍ଔଦି ଜଣେ ଜଣାଶୁଣା କ୍ରିକେଟର ଥିଲେ। ସେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ମଧ୍ୟ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.