ପାଟଣାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ କାଳି ମାଡ଼

ପାଟଣା: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ କାଳି ମାଡ଼ । ବିହାର ରାଜଧାନୀ ପାଟଣାରେ କେନ୍ଦ୍ରମନ୍ତ୍ରୀଙ୍କୁ କାଳି ମାଡ଼ ହୋଇଛି । ମନ୍ତ୍ରୀ ଆଜି ପାଟଣା ମେଡିକାଲ କଲେଜରେ ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏତିକିବେଳେ ଜଣେ ଛାତ୍ର ତାଙ୍କୁ କାଳି ମାଡ଼ କରିଥିଲେ । କାଳି ଫିଙ୍ଗିଥିବା ଛାତ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୁରକ୍ଷାକର୍ମୀ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ ଘଟଣାର ନିରୀକ୍ଷଣ କରି ଫେରୁଥିବା ବେଳେ କାଳି ମାଡ଼ ହୋଇଥିଲା । ଅପରାଧ ଜଗତ ସହ ଜଡ଼ିତ ଲୋକ ଏପରି କାମ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.