କଟକ (କେନ୍ୟୁଜ): ବର୍ଷାଙ୍କ ଆବେଦନ କଟକ ଏଡିଜେ କୋର୍ଟରେ ଅଗ୍ରାହ୍ୟ। ଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା। କଟକ ଏଡିଜେ କୋର୍ଟରେ ଅନୁଭବ ବର୍ଷା ବିବାଦ ମାମଲା। ଘର ଛାଡିବା ନେଇ ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ ବର୍ଷା। ବର୍ଷାଙ୍କ ଆବେଦନକୁ ଅଗ୍ରାହ୍ୟ କଲେ ଅତିରିକ୍ତ ଜିଲ୍ଲା ଜଜ।
ସୂଚନା ଥାଉକି, ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ୦୨ ଜୁନ୍ରେ ଏକ ଭିନ୍ନ ମୋଡ଼ ନେଇଥିଲା । ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।
ଶାଶୁ ଘର ଛାଡ଼ିବାକୁ କଟକ ଏସଡିଜେଏମ୍ ଅଦାଲତ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଚ୍ୟାଲେଞ୍ଜ କରି କଟକ ଜିଲା ଦୌରାଜଜ୍ଙ୍କ ନିକଟରେ ବର୍ଷା ପିଟିସନ ଦାୟର କରିଥିଲେ। ରହିତାଦେଶ ଜାରି କରିଛନ୍ତି କଟକ ଜିଲ୍ଲା ଦୌରାଜଜ୍ ଉକ୍ତ ରାୟ ଉପରେ ସେତେବେଳେ ରହିତାଦେଶ ଜାରି କରିଥିଲେ। ଫଳରେ ଅନୁଭବଙ୍କ ଘରେ ବର୍ଷା ରହିଥିଲେ। ମଙ୍ଗଳବାର କଟକ ଅତିରିକ୍ତ ଦୌରାଜଜ୍ ଏହାର ଶୁଣାଣୀ କରି ଏସଡିଜେଏମଙ୍କ ରାୟଙ୍କୁ କାଏମ ରଖିବା ସହ ବର୍ଷାଙ୍କୁ ଶାଶୂ ଘର ଛାଡିବା ପାଇଁ ରାୟ ଦେଇଛନ୍ତି।
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…
ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…
ଭୁବନେଶ୍ୱର(କେନ୍ୟୁଜ୍): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…
ଭୁବନେଶ୍ୱର(କେନ୍ୟୁଜ୍): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…