ଅନୁଭବ-ବର୍ଷା ବିବାଦ ମାମଲା: କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଛାଡ଼ିବେ ଶାଶୂଘର

କଟକ (କେନ୍ୟୁଜ): ବର୍ଷାଙ୍କ ଆବେଦନ କଟକ ଏଡିଜେ କୋର୍ଟରେ ଅଗ୍ରାହ୍ୟ। ଅନୁଭବଙ୍କ ପୈତୃକ ଘର ଛାଡିବେ ବର୍ଷା। କଟକ ଏଡିଜେ କୋର୍ଟରେ ଅନୁଭବ ବର୍ଷା ବିବାଦ ମାମଲା। ଘର ଛାଡିବା ନେଇ ଏସଡିଜେଏମ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଥିଲେ ବର୍ଷା। ବର୍ଷାଙ୍କ ଆବେଦନକୁ ଅଗ୍ରାହ୍ୟ କଲେ ଅତିରିକ୍ତ ଜିଲ୍ଲା ଜଜ।

ସୂଚନା ଥାଉକି, ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ୦୨ ଜୁନ୍‌ରେ ଏକ ଭିନ୍ନ ମୋଡ଼ ନେଇଥିଲା । ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।

ଶାଶୁ ଘର ଛାଡ଼ିବାକୁ କଟକ ଏସଡିଜେଏମ୍ ଅଦାଲତ ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଚ୍ୟାଲେଞ୍ଜ କରି କଟକ ଜିଲା ଦୌରାଜଜ୍‌ଙ୍କ ନିକଟରେ ବର୍ଷା ପିଟିସନ ଦାୟର କରିଥିଲେ। ରହିତାଦେଶ ଜାରି କରିଛନ୍ତି କଟକ ଜିଲ୍ଲା ଦୌରାଜଜ୍ ଉକ୍ତ ରାୟ ଉପରେ ସେତେବେଳେ ରହିତାଦେଶ ଜାରି କରିଥିଲେ। ଫଳରେ ଅନୁଭବଙ୍କ ଘରେ ବର୍ଷା ରହିଥିଲେ। ମଙ୍ଗଳବାର କଟକ ଅତିରିକ୍ତ ଦୌରାଜଜ୍ ଏହାର ଶୁଣାଣୀ କରି ଏସଡିଜେଏମଙ୍କ ରାୟଙ୍କୁ କାଏମ ରଖିବା ସହ ବର୍ଷାଙ୍କୁ ଶାଶୂ ଘର ଛାଡିବା ପାଇଁ ରାୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.