Below header

ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

ଭୁବନେଶ୍ବର (କେନ୍ୟୁଜ): ସମାଧାନ ଆଡ଼କୁ ମୁହାଁଉଛି ଭୁବନେଶ୍ୱରର ଅଳିଆ ସମସ୍ୟା। ଖୁବଶୀଘ୍ର ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦର ହେବ ସମାଧାନ। ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀ, ବିଏମସି ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି। ପଞ୍ଚାୟତବାସୀଙ୍କ ଦାବି ପୂରଣ ପାଇଁ ୯ମାସ ସମୟ ମାଗିିଛି ବିଏମସି। ଅଳିଆଗଦାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯିବ। ଲିଖିତ ପ୍ରତିଶ୍ରୁତି ମିଳିବା ପରେ କାଲି ସୁଦ୍ଧା ଅଳିଆ ଉଠିବ ବୋଲି ଜଣାପଡ଼ିଥି।

ସମସ୍ୟାର ସମାଧାନ ଦିଗରେ ସହଯୋଗର ହାତ ବଢାଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଗାଁଲୋକଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମସ୍ୟାର ସମାଧାନ ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମ ଓ ମନ୍ତ୍ରୀ ଉଷା ଦେବୀଙ୍କ ହସ୍ତକ୍ଷେପକୁ ଧନ୍ୟବାଦ ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ଗତ ପ୍ରାୟ ୩ସପ୍ତାହ ଧରି ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରୁନଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହୋଇରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.