ରାଜ୍ୟ ସରକାରଙ୍କ ବଡ ଘୋଷଣା: ନୂଆଁଖାଇ ପାଇଁ ସମ୍ୱଲପୁର ଏବଂ ବରଗଡ଼ରେ ୨ଦିନ ଲେଖାଏଁ ଛୁଟି

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ନୂଆଁଖାଇ ପର୍ବ । ଏହା ପଶ୍ଚିମ ଓଡିଶାରେ ବଡ ପର୍ବ ହୋଇଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଦୁଇଦିନ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧ ଓ ୨ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି କେବଳ ସମ୍ବଲପୁର ଓ ବରଗଡ ଜିଲ୍ଲାପାଇଁ ଲାଗୁ ହେବ ବୋଲି କୁହାଯାଇଛି । ଆଜି ଛୁଟି ଘୋଷଣା କଲା ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ। ତେଣୁ ନୂଆଖାଇରେ ପଶ୍ଚିମ ଓଡ଼ିଶାର ଦୁଇ ଜିଲ୍ଲାବାସୀ ଦୁଇଦିନ ଛୁଟି ପାଇଛନ୍ତି।

ପଶ୍ଚମ ଓଡିଶାରେ ନୂଆଁଖାଇକୁ ଏକ ଗଣପର୍ବ ଭାବେ ପାଳନ କରାଯାଏ । ଏଥିରେ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇପଡିଥାଏ । ଏହାକୁ ନଜରରେ ରଖି ଏହି ଦୁଇଦିନକୁ ଛୁଟି ଘୋଷଣା କରିବାକୁ ଅନେକ ଦିନରୁ ଦାବି ହେଉଥିଲା । ଏନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ଯେ, ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଁଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯାଉ। ଚିଠିରେ ସେ ଲେଖିଥିଲେ ଯେ, ଆସନ୍ତା ‌ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ହେବ। କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ନୂଆଖାଇ ପର୍ବ ପାଳନ ପାଇଁ ୨ ଦିନ ଅନୁମତି ଦେଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ, ‘ନୂଆଖାଇ’ ପର୍ବ ପାଇଁ ୨ ଦିନ ଲୋକାଲ ‌ଛୁଟି ଘୋଷଣା କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.