Below header

ମୁମ୍ବାଇର ସାହିତ୍ୟିକ ମହୋତ୍ସବରେ ଓଡ଼ିଆଙ୍କ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନ୍‌କୁ ସମାଜ ଭୂଷଣ ଉପାଧି

(କେନ୍ୟୁଜ ): ରବିବାର ୨୮ ତାରିଖ ଦିନ ମହାରାଷ୍ଟ୍ରର ରାଜଧାନୀ ଓ ଭାରତର ପ୍ରମୁଖ ସହର ମୁମ୍ବାଇ ଉଲ୍ଲାସ ନଗରରେ ରାଜ୍ୟ ସ୍ତରୀୟ ଲୋକସାହିର ଆନ୍ନାଭାଉ ସାଠେ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ସମାରହରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସଂମ୍ମାନୀତ କରାଯାଇଥିଲା। ସାମାଜିକ କ୍ଷେତ୍ରରେ ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ ମାନଙ୍କ ଦ୍ୱାରା ପରିଚାଳିତ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନକୁ ସମାଜ ଭୂଷଣ ଉପାଧିରେ ସଂମ୍ମାନୀତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସଂସ୍ଥାର ସସ୍ଥାପକ ଓ ସଭାପତି ଓଡ଼ିଆ ମାଟିର ପୁଅ ସୌମ୍ୟ ରଞ୍ଜନ ମହାପାତ୍ର ଉପସ୍ଥିତ ରହି ଏହି ଉପାଧି ଗ୍ରହଣ କରିଥିଲେ।

ଏଥି ସହିତ ଏହି ଉତ୍ସବରେ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନର ଉପ ସଭାପତି ଆନନ୍ଦ ମହାପାତ୍ର,ଇଶା ମହାପାତ୍ର ପ୍ରଣତି ମହାପାତ୍ର ଯୋଗ ଦେଇଥିଲେ। ଅଗ୍ରଣୀ ସ୍ପ୍ରେଡ଼ ହାପିନେସ ସମୂହର ସାମାଜିକ କାର୍ଯ୍ୟରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆୟୋଜକ ଆନ୍ନାଭାଉ ସାଠେ ଅନୁଷ୍ଠାନର ଅଧକ୍ଷ ପ୍ରକାଶ ଯାଦବ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଓଡ଼ିଶାରେ ବିଶିଷ୍ଟ ମରାଠୀ ଲେଖକ ତଥା ମହାନ ଜନ ନାୟକ ଲୋକ ସାହିର ଆନ୍ନା ଭାଉ ସାଠେଙ୍କ ଜନ ସାମାଜିକ ବାର୍ତା ଓ ସମାଜରେ ଦଳିତଙ୍କ ପ୍ରତି ଜାତି ପ୍ରଥା ଭେଦ ଭାବ ଏକ ସୁସ୍ଥ ସମାଜ ଗଠନରେ କିପରି ବାଧକ ସାଜେ ଏହାରି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ କରାଯିବ ବୋଲି ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଆଚାର୍ଯ୍ୟ ରତନ ଲାଲ।ସ୍ଥାନୀୟ ବିଧାୟକ ଓ NCP ମୁମ୍ବାଇ ଅଧକ୍ଷ ପ୍ରମୋଦ ଜୀ ଇନ୍ଦୁରାଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବାଲାସାହେବ ନାଟେକଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ପରିଶେଷରେ ଓଡ଼ିଶାରୁ ବୃତି ଅନୁସନ୍ଧାନରେ ଆସି ସାମାଜିକ କାର୍ଯ୍ୟ ପ୍ରତି ରୁଚି ରଖି ମହାରାଷ୍ଟ୍ରରେ ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୂପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନର ସମସ୍ତ କାର୍ଯ୍ୟକର୍ତା ପଦ ଅଧିକାରୀଙ୍କୁ ଉପସ୍ଥିତ ସମସ୍ତ ଅତିଥି କବି ଲେଖକ ଶିକ୍ଷାବିତି ମାନେ ଭୁରୁ ଭୁରି ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.