ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କରାଖାନା ଠାବ: ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି ପୋଲିସ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ ଠାବ ହୋଇଛି ତିନୋଟି ନକଲି ଗୁଟଖା କରାଖନା। ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି। ବ୍ରହ୍ମପୁର ଏସପି ଡ଼ଃ ସର୍ବଣା ବିବେକ ଏମଙ୍କ ନିର୍ଦ୍ଧେଶ କ୍ରମେ ଉକ୍ତ ଚଢାଉରେ ସଦର ଥାନା ଓ ନିମାଖଣ୍ଡି ଫାଣ୍ଡିର ବହୁ ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।

ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢାଉ ବେଳେ ତିନି କାରଖାନାର ମାଲିକଙ୍କୁ ଅଟକ ରଖିବା ସହ କାରଖାନାରେ କାର୍ଯ୍ୟରତ 10ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଏହି ସମସ୍ତ ଗୁଟଖା ବ୍ରହ୍ମପୁର ସମେତ ବାହାର ଜିଲ୍ଲାକୁ ବେଆଇନ ଭାବେ ବିକ୍ରୀ ଲାଗି ପଠାଯାଉଥିଲା । ପୋଲିସ ବିଭିନ୍ନ କମ୍ପାନୀର ସହ ସମସ୍ତ ଗୁଟଖା, ଟ୍ୟାବାକୋ ପତ୍ର, ଧନିଆ, ପାନହୁରୀ, ଧଳା ଚୂନ, ବିଭିନ୍ନ ବ୍ରାଣ୍ଡର ଖାଲି ପଲିଥିନ ପ୍ୟାକ୍, ବିଭିନ୍ନ ବ୍ରାଣ୍ଡର ରିଲ୍ସ, ଓଜନ ମେସିନ୍, ମିଶ୍ରଣ ମେସିନ୍, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ ଇତ୍ୟାଦି ଗୁଟଖା ସାମଗ୍ରୀ, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ କରିଛି । ପୋଲିସ ଯାଞ୍ଚ ବେଳେ ସେମାନେ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ ଓ କାଗଜପତ୍ର ଦେଖାଇପାରିନଥିବା ସୂଚନା ମିଳିଥିବା ବେଳେ ପୋଲିସ ଏନେଇ ଅଧିକା ତଦନ୍ତ ଜାରୀ ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.