ରାଜ୍ୟ

ପୁଣି ବିଶ୍ବ ଦରବାରରେ ପ୍ରଶଂସା ସାଉଁଟିଲା ଓଡିଶା, ବ୍ରିଟିଶର ସର୍ବପୁରାତନ ଓ ପ୍ରତିଷ୍ଠିତ ମେଡିକାଲ୍ ଜର୍ଣ୍ଣାଲ ଲାନସେଟରେ ଓଡ଼ିଶାକୁ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ତାରିଫ । କୋଭିଡ୍‌ ମୁକାବିଲା ନେଇ ସାବାସୀ । ଓଡ଼ିଶାର ପ୍ରସ୍ତୁତି ଓ ଓ ପରିଚାଳନାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍‌ ଜର୍ଣ୍ଣାଲ୍‌ ଲାନସେଟ୍‌ । ଭାରତରେ ମେଡିକାଲ୍‌ ଏମର୍ଜେନ୍ସୀ ଉପରେ ପ୍ରକାଶିତ ସମ୍ପାଦକୀୟରେ ଏମିତି କିଛି ତଥ୍ୟ ଉପସ୍ଥାପନ କରିଛି ଲାନସେଟ୍‌ । ଯେଉଁଥିରେ ଉଲ୍ଲେଖ ରହିଛି, କରୋନାର ସେକେଣ୍ଡ ୱେଭକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିଥିଲା ଓଡ଼ିଶା । ଦ୍ୱିତୀୟ ଲହର ବେଳେ ଭାରତରେ ଅକ୍ସିଜେନ୍‌ ନେଇ ହାହାକାର ପରିସ୍ଥିତି ଦେଖାଦେଲା । ଓଡ଼ିଶା କିନ୍ତୁ ଅଧିକ ଅକ୍ସିଜେନ୍‌ ଉତ୍ପାଦନ କଲା ଓ ଅନ୍ୟ ରାଜ୍ୟକୁ ଯୋଗାଇଲା ବୋଲି କହିଛି ଲାନସେଟ୍‌ । ଓଡ଼ିଶା ସହ କେରଳର ପ୍ରସ୍ତୁତିକୁ ବି ପ୍ରଶଂସା କରିଛି ଏହି ବ୍ରିଟିଶ ଜର୍ଣ୍ଣାଲ୍‌ ।

 ଓଡ଼ିଶା ଓ କେରଳକୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ରର କୋଭିଡ୍‌ ପରିଚାଳନା ଉପରେ ଅନେକ ପ୍ରଶ୍ନ ଉଠାଇଛି ଲାନସେନ୍‌ । ନିଜ ସମ୍ପାଦକୀୟରେ କହିଛି, ସେକେଣ୍ଡ ୱେଭ୍ ବେଳେ ଦେଶରେ ବଡ଼ ବଡ଼ ରାଜନୈତିକ ରାଲି ହେଲା । ସଂକ୍ରମଣ ବୃଦ୍ଧି ନେଇ ଚେତାବନୀ ଥିବା ସତ୍ତ୍ୱେ ଧାର୍ମିକ ପର୍ବପର୍ବାଣୀକୁ ଅନୁମତି ଦେଲେ । ଏକାଠି ହେଲେ ଲକ୍ଷ ଲକ୍ଷ ଲୋକ । ଏମିତି କରି କୋଭିଡ୍‌ ଶେଷ ହୋଇଗଲା ବୋଲି ଜଣାଇଲା ଭାରତ । ଏପରିକି ଟିକାକରଣ ଅଭିଯାନକୁ ନେଇ ବି ପ୍ରଶ୍ନ ଉଠାଇଛି ଲାନସେଟ୍‌ ।

ଦେଶରେ ଆରମ୍ଭରୁ ଟିକାକରଣ ପ୍ରକ୍ରିୟା ଧିମା ପଡ଼ିଥିଲା । ମାତ୍ର ୨ ପ୍ରତିଶତରୁ କମ୍‌ ଲୋକଙ୍କୁ ଦିଆଯାଇଥିଲା ଟିକା । ଏହାସହ ଲାନସେଟ୍‌ କହିଛି ରାଜ୍ୟଗୁଡ଼ିକ ସହ ବିନା ଆଲୋଚନାରେ ଟିକାକରଣ ନୀତିଗତ ନିଷ୍ପତ୍ତିରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ୧୮ବର୍ଷରୁ ଅଧିକ ଲୋକଙ୍କୁ ଟିକା ନେଇ ଘୋଷଣା କଲେ । ଯାହାକୁ ନେଇ ଟିକା ଯୋଗାଣରେ ଅଡୁଆ ସୃଷ୍ଟି ହେଲା । ବାଧାପ୍ରାପ୍ତ ହେଲା ଟିକାକରଣ । ଏପରିକି ଏପ୍ରିଲ ଯାଏ କୋଭିଡ୍‌ ଟାକ୍ସ ଫୋର୍ସ ବୈଠକ ବହୁ ମାସ ଧରି ବସି ନଥିବା କହିଛି ଲାନସେଟ୍‌ ।

 

KNews Bureau

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

9 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

12 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

19 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

21 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

57 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago