ପୁଣି ବିଶ୍ବ ଦରବାରରେ ପ୍ରଶଂସା ସାଉଁଟିଲା ଓଡିଶା, ବ୍ରିଟିଶର ସର୍ବପୁରାତନ ଓ ପ୍ରତିଷ୍ଠିତ ମେଡିକାଲ୍ ଜର୍ଣ୍ଣାଲ ଲାନସେଟରେ ଓଡ଼ିଶାକୁ ପ୍ରଶଂସା

କେନ୍ୟୁଜ୍(ବ୍ୟୁରୋ):  ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ତାରିଫ । କୋଭିଡ୍‌ ମୁକାବିଲା ନେଇ ସାବାସୀ । ଓଡ଼ିଶାର ପ୍ରସ୍ତୁତି ଓ ଓ ପରିଚାଳନାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍‌ ଜର୍ଣ୍ଣାଲ୍‌ ଲାନସେଟ୍‌ । ଭାରତରେ ମେଡିକାଲ୍‌ ଏମର୍ଜେନ୍ସୀ ଉପରେ ପ୍ରକାଶିତ ସମ୍ପାଦକୀୟରେ ଏମିତି କିଛି ତଥ୍ୟ ଉପସ୍ଥାପନ କରିଛି ଲାନସେଟ୍‌ । ଯେଉଁଥିରେ ଉଲ୍ଲେଖ ରହିଛି, କରୋନାର ସେକେଣ୍ଡ ୱେଭକୁ ସାମନା କରିବା ପାଇଁ ପ୍ରସ୍ତୁତ ରହିଥିଲା ଓଡ଼ିଶା । ଦ୍ୱିତୀୟ ଲହର ବେଳେ ଭାରତରେ ଅକ୍ସିଜେନ୍‌ ନେଇ ହାହାକାର ପରିସ୍ଥିତି ଦେଖାଦେଲା । ଓଡ଼ିଶା କିନ୍ତୁ ଅଧିକ ଅକ୍ସିଜେନ୍‌ ଉତ୍ପାଦନ କଲା ଓ ଅନ୍ୟ ରାଜ୍ୟକୁ ଯୋଗାଇଲା ବୋଲି କହିଛି ଲାନସେଟ୍‌ । ଓଡ଼ିଶା ସହ କେରଳର ପ୍ରସ୍ତୁତିକୁ ବି ପ୍ରଶଂସା କରିଛି ଏହି ବ୍ରିଟିଶ ଜର୍ଣ୍ଣାଲ୍‌ ।

lancet ଓଡ଼ିଶା ଓ କେରଳକୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ରର କୋଭିଡ୍‌ ପରିଚାଳନା ଉପରେ ଅନେକ ପ୍ରଶ୍ନ ଉଠାଇଛି ଲାନସେନ୍‌ । ନିଜ ସମ୍ପାଦକୀୟରେ କହିଛି, ସେକେଣ୍ଡ ୱେଭ୍ ବେଳେ ଦେଶରେ ବଡ଼ ବଡ଼ ରାଜନୈତିକ ରାଲି ହେଲା । ସଂକ୍ରମଣ ବୃଦ୍ଧି ନେଇ ଚେତାବନୀ ଥିବା ସତ୍ତ୍ୱେ ଧାର୍ମିକ ପର୍ବପର୍ବାଣୀକୁ ଅନୁମତି ଦେଲେ । ଏକାଠି ହେଲେ ଲକ୍ଷ ଲକ୍ଷ ଲୋକ । ଏମିତି କରି କୋଭିଡ୍‌ ଶେଷ ହୋଇଗଲା ବୋଲି ଜଣାଇଲା ଭାରତ । ଏପରିକି ଟିକାକରଣ ଅଭିଯାନକୁ ନେଇ ବି ପ୍ରଶ୍ନ ଉଠାଇଛି ଲାନସେଟ୍‌ ।

lancet 3

ଦେଶରେ ଆରମ୍ଭରୁ ଟିକାକରଣ ପ୍ରକ୍ରିୟା ଧିମା ପଡ଼ିଥିଲା । ମାତ୍ର ୨ ପ୍ରତିଶତରୁ କମ୍‌ ଲୋକଙ୍କୁ ଦିଆଯାଇଥିଲା ଟିକା । ଏହାସହ ଲାନସେଟ୍‌ କହିଛି ରାଜ୍ୟଗୁଡ଼ିକ ସହ ବିନା ଆଲୋଚନାରେ ଟିକାକରଣ ନୀତିଗତ ନିଷ୍ପତ୍ତିରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ୧୮ବର୍ଷରୁ ଅଧିକ ଲୋକଙ୍କୁ ଟିକା ନେଇ ଘୋଷଣା କଲେ । ଯାହାକୁ ନେଇ ଟିକା ଯୋଗାଣରେ ଅଡୁଆ ସୃଷ୍ଟି ହେଲା । ବାଧାପ୍ରାପ୍ତ ହେଲା ଟିକାକରଣ । ଏପରିକି ଏପ୍ରିଲ ଯାଏ କୋଭିଡ୍‌ ଟାକ୍ସ ଫୋର୍ସ ବୈଠକ ବହୁ ମାସ ଧରି ବସି ନଥିବା କହିଛି ଲାନସେଟ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.