ଲକ୍ଷଣ ସବୁ କରୋନାର କିନ୍ତୁ ରିପୋର୍ଟ ନେଗେଟିଭ, ଆସିଲା ନୂଆ ମାରାତ୍ମକ ରୋଗ MIS-C

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସ୍ଥିତି ସାଂଘାତିକ ରହିଛି। ଏହି ଅଦୃଶ୍ୟ ଭାଇରସ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ କବ୍ଜାକୁ ନେଉଛି। ତେବେ ବର୍ତ୍ତମାନ କରୋନା ଭୟ ସମସ୍ତ ମନରେ ଥିବାରୁ ଅନ୍ୟ ରୋଗକୁ ଲୋକେ ଏତେଟା ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ କରୋନା ପରେ ଏବେ ଏକ ଏଭଳି ରୋଗ ହେଉଛି, ଯାହା କରୋନାଠାରୁ ବି ଆହୁରି ମାରାତ୍ମକ। ଏହି ରୋଗୀଙ୍କ କରୋନା ରିପୋର୍ଟ ବି ନେଗେଟିଭ ଆସୁଛି, କିନ୍ତୁ ଭିତରୁ ଭିତରୁ ଏହି ରୋଗ ଲୋକଙ୍କୁ ଖାଇଚାଲିଛି। ଯାହାର ଆଭାସ ବି ପାଉ ନାହାଁନ୍ତି ଲୋକେ।

ଏହି ନୂଆ ରୋଗର ନାଁ ହେଉଛି Multisystem inflammatory syndrome in children (MIS-C)। ଏହି ରୋଗ ଖାସ୍ କରି ଛୋଟ ପିଲାଙ୍କ ଠାରେ ଅଧିକ ଦେଖାଯାଉଛି। ଏହି ରୋଗର ଲକ୍ଷଣ ହେଉଛି:

  • ଗୋଟିଏ ଦିନରୁ ଅଧିକ ଦେହରେ ଜ୍ୱର ରହିବା
  • ଦେହରେ ନାଲି ନାଲି ଫଳିଯିବା
  • ବାନ୍ତି ହେବା
  • ଡାଇରିଆ
  • ଦୁର୍ବଳ ଲାଗିବା, ଉଠିବାକୁ ବି ବଳ ନ ପାଇବା
  • ଆଖି ନାଲି ପଡ଼ିବା
  • ହାର୍ଟବିଟ୍ ଅସ୍ଵାଭାବିକ ଭାବେ ବଢ଼ିବା
  • ଧଇଁସଇଁ ଲାଗିବା
  • ଓଠ, ଜିଭ, ହାତ, ଗୋଡ଼ ଫୁଲିଯିବା ଓ ନାଲି ନାଲି ଫଳିବା

ଏହି ରୋଗ ଏତେ ମାରାତ୍ମକ ଯେ ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ଚିହ୍ନଟ କରିହେଉ ନାହିଁ।

ଆମେରିକାର ଏକ ୧୧ ବର୍ଷର ବାଳକ ଶରୀରରେ ଏହି ରୋଗ ଚିହ୍ନଟ ହୋଇଛି। ପିଲାଟିର ବଡ଼ ଭଉଣୀ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲା। ସେତେବେଳେ ଏହି ପିଲାଠାରେ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କଠାରେ କିଛି ଲକ୍ଷଣ ପ୍ରକାଶ ପାଇନଥିଲା। କିନ୍ତୁ ହଠାତ ୪ ସପ୍ତାହ ପରେ ତା ତଣ୍ଟି ଫୁଲିଯାଇଥିଲା ଓ ଦେହ ହାତରେ ନାଲି ନାଲି ଫଳିଯାଇଥିଲା। ଏଥିସହ ଡାଇରିଆ ଓ ଜ୍ୱର ବି ହୋଇଥିଲା। କିନ୍ତୁ ଟେଷ୍ଟ କରିବାରୁ କରୋନା ନେଗେଟିଭ ଆସିଥିଲା। ଏକାଧିକ ଟେଷ୍ଟ କରିବା ପରେ ଜଣାପଡ଼ିଥିଲା ଯେ ଏହା କରୋନା ପରେ ଦେଖାଯାଉଥିବା ଏକ ମାରାତ୍ମକ ରୋଗ, ଯାହାର ନାଁ MIS-C। ତେବେ ପରିବାର ଲୋକ ତୁରନ୍ତ ପିଲାର ଚିକିତ୍ସା କରାଇବାରୁ ଏବେ ସେ ସୁସ୍ଥ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.