ଏହି ନକ୍ଷ୍ୟତ୍ରରେ ଜନ୍ମ ନେଇଥିବା ଶିଶୁ ହୋଇଥାନ୍ତି ବେଶ ଭାଗ୍ୟବାନ

ଜ୍ୟୋତିଷ ଶାସ୍ତ୍ରରେ ନକ୍ଷ୍ୟତ୍ରର ରହିଛି ଅଧିକ ମହତ୍ୱ। ଶିଶୁର ଜନ୍ମ ଜାତକରେ ଜନ୍ମ ନକ୍ଷ୍ୟତ୍ରର ଅଧାରରେ ଭାଗ୍ୟ ବିଚାର କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ସର୍ବମୋଟ ୨୭ଟି ନକ୍ଷ୍ୟତ୍ର ରହିଛି । ଆଜି ଆମେ ଆପଣଙ୍କୁ ଏକ ବିଶେଷ ନକ୍ଷ୍ୟତ୍ର ସଂର୍ପକରେ କହିବାକୁ ଯାଉଛୁ । ଯେଉଁଠି ଜନ୍ମ ଜାତକକୁ ଭାଗ୍ୟଶାଳୀ ରୂପେ ମନାଯାଏ । ଚାଲନ୍ତୁ ଜାଣିବା ।

ଅନୁରାଧା ନକ୍ଷ୍ୟତ୍ର:

ଜ୍ୟୋତିଷ ଶାସ୍ତ୍ରରେ ଅନୁରାଧା ନକ୍ଷ୍ୟତ୍ର ୧୭ ସ୍ଥାନରେ ରହିଥାଏ । ବିଶ୍ୱାସ ରହିଛି ଯେ ଏହି ନକ୍ଷ୍ୟତ୍ରରେ ଜନ୍ମ ନେଇଥିବା ଶିଶୁ ଭାଗ୍ୟଶାଳୀ ହୋଇଥାଏ। ଏହି ନକ୍ଷ୍ୟତ୍ରର ସ୍ୱାମୀ ହେଉଛନ୍ତି ଶନିଦେବ । ଯାହା କାରଣରୁ ଏହି ନକ୍ଷ୍ୟତ୍ର୍ରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଉପରେ ଶନିଦେବଙ୍କ ବିଶେଷ କୃପା ରହିଥାଏ ।

ସ୍ୱଭାବ:

  • ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିଦିନ ଜନ୍ମ ନେଇଥିବା ଶିଶୁଙ୍କ ଉପରେ ମଙ୍ଗଳଙ୍କ ପ୍ରଭାବ ମଧ୍ୟ ରହିଥାଏ । ଏହାଦ୍ୱାରା ବ୍ୟକ୍ତି ବିଶେଷ ଜଣକ ସାହସୀ, ପରାକ୍ରମୀ ଓ ଉର୍ଜାବାନ ହୋଇଥାଏ ।
  •  ଏମାନେ ନିଜର ମତାମତକୁ ସିଧାସଳଖ ସମସ୍ତଙ୍କ ଆଗରେ ରଖିବାକୁ ପସନ୍ଦ କରିଥାନ୍ତି । ଏମାନେ ବନ୍ଧୁତା ସ୍ଥାପନ କରିବା ଆଗରୁ ଅନେକ ଥର ଭାବିଥାନ୍ତି । ପରେ ବନ୍ଧୁତା ସ୍ଥାପନ କରନ୍ତି ।
  • ଏହି ନକ୍ଷ୍ୟତ୍ରର ବ୍ୟକ୍ତି ବିଶେଷ ଧାର୍ମିକ ଓ ଅଧ୍ୟାତ୍ମିକ ଭାବ ରଖିଥାନ୍ତି ।
  •  ଏମାନେ ବେଶ ପରିଶ୍ରମୀ ହୋଇଥାନ୍ତି ।
  • ଅନ୍ୟଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇ ଆସନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.