Categories: ରାଜ୍ୟ

ଭୁଶୁଡ଼ିବ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ, ଆଟାଚ୍‌ ହେବ ବ୍ରାଉନ୍‌ ସୁଗାର ବେପାରୀର ସମ୍ପତ୍ତି

ବାଲେଶ୍ୱର(କେନ୍ୟୁଜ୍): ଭୁଶୁଡ଼ିବ ଡ୍ରଗ୍ସ ମାଫିଆ ଏସ୍‌. କେ. ରାଜାର କଳା ସାମ୍ରାଜ୍ୟ। ଆଟାଚ୍‌ ହେବ ବ୍ରାଉନ୍‌ ସୁଗାର ବେପାରୀର ସମ୍ପତ୍ତି। ଏନେଇ ପଦକ୍ଷେପ ନେବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌। କୋଲକାତା ସ୍ଥିତ ଅଧୀକୃତ ଅଫିସକୁ ଚିଠି ଲେଖିଛି ଏସଟିଏଫ୍‌। ବାଲେଶ୍ୱରରେ ଏସ୍‌. କେ. ରାଜାର ଏକାଧିକ ଜମି ଓ ୨ଟି ଆଲିସାନ୍‌ ଫ୍ଲାଟ୍‌ ଜବତ ହୋଇଛି। ଆଉ କେଉଁଠି ସବୁ ତାର ସମ୍ପତ୍ତି ରହିିଛି, ସେନେଇ ଖୋଳତାଡ ବି ଚାଲିଛି। ଏନେଇ ସୂଚନା ଦେଉଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଏସ୍‌ପି ରାହୁଲ ପି. ଆର୍‌ । ନିକଟରେ ରାଜାର ବାଲେଶ୍ୱର ଘରେ ଚଢ଼ାଉ ହୋଇଥିଲା। ଅରଡ଼ ବଜାରରେ ତାର ବିଳାସପୂର୍ଣ୍ଣ ଘର ରହିଛି। ଏସ୍‌. କେ. ରାଜା ହେଉଛି ବ୍ରାଉନ ସୁଗାର କିଙ୍ଗପିନ୍‌। ସେ ବାଂଲାଦେଶ, ନେପାଳରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର ଆଣୁଥିଲା ଧଳା ଜହର। ଏଠାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା। ତାକୁ ରିମାଣ୍ଡରେ ନେଇ ତାର ବ୍ରାଉନ ସୁଗାର ନେଟଓ୍ଵାର୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସ୍‌ଟିଏଫ୍‌।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

21 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

32 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

45 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

48 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago