ଭୁଶୁଡ଼ିବ ଡ୍ରଗ୍ସ ମାଫିଆ ଏସ୍. କେ. ରାଜାର କଳା ସାମ୍ରାଜ୍ୟ, ଆଟାଚ୍ ହେବ ବ୍ରାଉନ୍ ସୁଗାର ବେପାରୀର ସମ୍ପତ୍ତି
ବାଲେଶ୍ୱର(କେନ୍ୟୁଜ୍): ଭୁଶୁଡ଼ିବ ଡ୍ରଗ୍ସ ମାଫିଆ ଏସ୍. କେ. ରାଜାର କଳା ସାମ୍ରାଜ୍ୟ। ଆଟାଚ୍ ହେବ ବ୍ରାଉନ୍ ସୁଗାର ବେପାରୀର ସମ୍ପତ୍ତି। ଏନେଇ ପଦକ୍ଷେପ ନେବା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। କୋଲକାତା ସ୍ଥିତ ଅଧୀକୃତ ଅଫିସକୁ ଚିଠି ଲେଖିଛି ଏସଟିଏଫ୍। ବାଲେଶ୍ୱରରେ ଏସ୍. କେ. ରାଜାର ଏକାଧିକ ଜମି ଓ ୨ଟି ଆଲିସାନ୍ ଫ୍ଲାଟ୍ ଜବତ ହୋଇଛି। ଆଉ କେଉଁଠି ସବୁ ତାର ସମ୍ପତ୍ତି ରହିିଛି, ସେନେଇ ଖୋଳତାଡ ବି ଚାଲିଛି। ଏନେଇ ସୂଚନା ଦେଉଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଏସ୍ପି ରାହୁଲ ପି. ଆର୍ । ନିକଟରେ ରାଜାର ବାଲେଶ୍ୱର ଘରେ ଚଢ଼ାଉ ହୋଇଥିଲା। ଅରଡ଼ ବଜାରରେ ତାର ବିଳାସପୂର୍ଣ୍ଣ ଘର ରହିଛି। ଏସ୍. କେ. ରାଜା ହେଉଛି ବ୍ରାଉନ ସୁଗାର କିଙ୍ଗପିନ୍। ସେ ବାଂଲାଦେଶ, ନେପାଳରୁ ପଶ୍ଚିମବଙ୍ଗ ଦେଇ ବାଲେଶ୍ୱର ଆଣୁଥିଲା ଧଳା ଜହର। ଏଠାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲା। ତାକୁ ରିମାଣ୍ଡରେ ନେଇ ତାର ବ୍ରାଉନ ସୁଗାର ନେଟଓ୍ଵାର୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସ୍ଟିଏଫ୍।