Below header

ଜୁନାଗଡ଼ ଥାନା ଜରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ପର୍ଦ୍ଦାଫାସ, ୭ ଗିରଫ

କଳାହାଣ୍ଡି(କେନ୍ୟୁଜ୍):ଜୁନାଗଡ଼ ଥାନା ଜରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପର୍ଦ୍ଦାଫାସ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ୪ ଦୁଷ୍କର୍ମ ଅଭିଯୁକ୍ତ ଓ ୩ ଭିଡ଼ିଓ ଭାଇରାଲ ପାଇଁ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ । କଳାହାଣ୍ଡି ଏସପି ବି ଗଙ୍ଗାଧର ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଥିଲା । ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଯୁବତୀ ଜଣଙ୍କ ଭବାନୀପାଟଣାରୁ ଜଣଙ୍କ ସହ ନିଜ ଘରକୁ ଫେରୁଥିବା ବେଳେ ଜାରିଂ ଜଙ୍ଗଲ ଭିତରେ କିଛି ଯୁବକ ଛୁରୀ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.