Below header

ମହିଳା ଖାଇଦେଇଥିଲେ କିଛି ଏପରି, ୪୮ ଘଣ୍ଟା ମଧ୍ୟରେ ମହମବତୀ ପରି ତରଳିଗଲା ଶରୀର

ଆମେରିକାର ଟେକ୍ସାସରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ମହିଳାଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ଘଟିଛି । ପରେ ଜଣାପଡିଛି ଯେ ମହିଳା ଜଣକ ସମୁଦ୍ରରୁ ମିଳୁଥିବା ୨୪ଟି ଗେଣ୍ଡା ଜିଅନ୍ତା ଖାଇଦେଇଥିଲେ ଯେଉଁ କାରଣରୁ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ମରିଯାଇଥିବା ମହିଳାଙ୍କର ନାମ ହେଉଛି ଜେନେଟ ଲି ବ୍ଲାଙ୍କ । ଯିଏକି କିଛିଦିନ ତଳେ ଲୁସିଆନାରେ ୨୪ଟି ଜିଅନ୍ତା ଗେଣ୍ଡାକୁ ଖାଇ ଦେଇଥିଲେ । ପ୍ରଥମେ ପ୍ରଥମେ ତ ସବୁ ଠିକ ଥିଲା କିନ୍ତୁ ଧୀରେ ଧୀରେ ଜେନେଟଙ୍କ ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା ଏବଂ ୪୮ ଘଣ୍ଟା ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ଖରାପ ହୋଇଗଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜେନେଟଙ୍କ ହାତ ଓ ଗୋଡ଼ ମିଳାଇବାରେ ଲାଗିଲା ।

महिला ने खाई थी ऐसी चीज़, 48 घंटे के अंदर मोमबत्ती की तरह पिघलने लगा शरीर..फिर इस सच से उठा पर्दा

ଜେନେଟଙ୍କ ଏପରି ଅବସ୍ଥା ଦେଖି ତାଙ୍କର ପୁରା ପରିବାର ଭୟଭୀତ ହୋଇଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଡାକ୍ତର ପରୀକ୍ଷା କରାଇବା ପରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ । ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ଜେନେଟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବାଇବ୍ରୋସିସ ନାମକ ଏକ ମାରାତ୍ମକ ବ୍ୟାକ୍ଟେରିଆର କବଜାରେ ଅଛନ୍ତି । ଏହି ବ୍ୟାକ୍ଟେରିଆଟି ଯେଉଁ ମଣିଷର ସଂସ୍ପର୍ଶରେ ଆସିଥାଏ ତାଙ୍କର ଶରୀର ମିଳାଇ ଯାଇଥାଏ । ସୂଚନା ଅନୁଯାୟୀ ଜେନେଟ ଯେଉଁ ଗେଣ୍ଡା ଖାଇଥିଲେ ସେଥିରେ ବାଇବ୍ରୋସିସ ବ୍ୟାକ୍ଟେରିଆ ରହିଥିଲା । ଯାହାକି ସିଧାସଳଖ ଜେନେଟଙ୍କ ଶରୀର ଉପରେ ଆକ୍ରମଣ କରିଦେଇଥିଲା କାରଣ ଜେନେଟ ଏହାକୁ ରୋଷେଇ କରି ଖାଇବା ବଦଳରେ କଞ୍ଚା ଖାଇଦେଇଥିଲେ ।

ଏହାସହ ପଢନ୍ତୁ ଶାଳୀଙ୍କୁ ମିଡିଲ ଫିଙ୍ଗର ଦେଖାଇ ଜରିମାନା ସହିତ କାରାଦଣ୍ଡ ଭୋଗିବେ ଭିଣୋଇ

ହସ୍ପିଟାଲରେ ଲଗାତର ୨୧ ଦିନ ପର୍ଯ୍ୟନ୍ତ ଏହି ବ୍ୟାକ୍ଟେରିଆ ସହିତ ସଂଘର୍ଷ କରିବା ପରେ ଜେନେଟ ଶେଷରେ ଆଖି ବୁଜିଥିଲେ । ଯଦିଓ ଡାକ୍ତରମାନେ ନିଜ ତରଫରୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ମଧ୍ୟ ବାଇବ୍ରୋସିସ ବ୍ୟାକ୍ଟେରିଆ ଆଗରେ ହାର ମାନି ଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଜେନେଟ ଏହି ବ୍ୟାକ୍ଟେରିଆଙ୍କ ସହିତ ୨୧ ଦିନ ପର୍ଯ୍ୟନ୍ତ ଲଢ଼ିଥିଲେ । ସାଧାରଣ ଭାବେ ଏହି ବ୍ୟାକ୍ଟେରିଆ ଯେଉଁ ମଣିଷଙ୍କୁ ଆକ୍ରମଣ କରନ୍ତି ସେମାନଙ୍କର ଅତି ବେଶୀରେ ୩୬ ରୁ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଯାଏ । ଜେନେଟଙ୍କର ଚିକିତ୍ସା କରୁଥିବା ଡାକ୍ତର ମାନେ କହିଥିଲେ ଯେ ଏହି ମାରାତ୍ମକ ବ୍ୟାକ୍ଟେରିଆ ପ୍ରଥମେ ଶରୀରର ଭିତର ଅଙ୍ଗ ଗୁଡିକୁ ମିଳାଇ ଦେଇଥାନ୍ତି ଏବଂ ତାପରେ ସେମାନେ ଶରୀରର ବାହ୍ୟ ଅଙ୍ଗ ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.