ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ ସାଗୁଦାନା ବରା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣମାନେ ସାଗୁଦାନାରେ ଖିଚିଡୀ ନିଶ୍ଚିତ ଖାଇଥିବେ। କିନ୍ତୁ ଏଥିରେ ପ୍ରସ୍ତୁତ ବରା କେବେ ଖାଇନଥିବେ। ସାଗୁଦାନରେ ପ୍ରସ୍ତୁତ ବରା ବେଶ୍‌ ସ୍ୱାଦିଷ୍ଟ। ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ବହୁତ ସହଜ। ଏହା ଆପଣଙ୍କ ପାଇଁ ଶରୀର ପାଇଁ ବେଶ୍‌ ସ୍ୱାସ୍ଥ୍ୟକର। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ସାଗୁଦାନ ବରା।

ଆବଶ୍ୟକୀୟ ସାମଗ୍ରୀ :

9

ତେଲ

ଏକ କପ୍‌ ସାଗୁଦାନା

୪ଟି ସିଝା ଆଳୁ

ଅଧ କପ୍‌ ବାଦାମ

କଂଚାଲଙ୍କା

ଅଦା ପେଷ୍ଟ

ଧନିଆପତ୍ର

ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ :

0

ପ୍ରଥମ ସାଗୁଦାନାକୁ ୨ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ। ଏବେ ବାଦାମ ମଞ୍ଜିକୁ ଅଳ୍ପ ଭାଜିଦିଅନ୍ତୁ। ଏହାପରେ ବାଦାମ ମଞ୍ଜିରୁ ଚୋପା ଛଡାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ସିଝା ଆଳୁକୁ ଭଲ ଭାବେ ଚକଟିଦିଅନ୍ତୁ। ଏଥିରେ ଏବେ ସାଗୁଦାନାକୁ ଭଲ ଭାବେ ଛାଣି ପକାଇଦିଅନ୍ତୁ। ପରେ ଏଥିରେ କଂଚାଲଙ୍କା, ଅଦା ପେଷ୍ଟ, ଧନିଆପତ୍ର ଏବଂ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ନେଇ ଛୋଟ ଛୋଟ ବଲ କରି ତେଲରେ ଛାଣି ଦିଅନ୍ତୁ। ଏହାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସାଗୁଦାନା ବରା। ଏହାକୁ ଚଟଣୀ ସହିତ ଖାଇପାରିବେ।