ରାଜ୍ୟ

ବି.ଟେକ୍‌ ଯାଦୁକର ସାରାଂଶ ଦାସ: ମେଗା ଇଣ୍ଟରନ୍ୟାସନାଲ କୋଲାବ୍‌ରେ ଦେଶ ବିଦେଶର ଯାଦୁକରଙ୍କ ସହିତ ଦେଖାଇଲେ କମାଲ୍

କଟକ: ସାରା ବିଶ୍ୱରେ ଏବେ ଭୟଙ୍କର ରୂପ ଧାରଣ କରିସାରିଛି ମହାମାରୀ କରୋନା ପାଇଁ । ଯେଉଁଥିରେ ଆମ ରାଜ୍ଯ ମଧ୍ଯ ବେଶ୍ ପ୍ରଭାବିତ ହୋଇଛି । ଯାହାଫଳରେ ସରକାର ଲକ୍‌ ଡାଉନ ଓ ସଟ୍‌ ଡାଉନ ନିୟମ ଜାରି କରିବା ସହିତ ଅନେକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି । ଏଭଳି ସ୍ଥିତିରେ ୧୦ଟି ଦେଶର ୨୦ ଜଣ ଯାଦୁଗରଙ୍କୁ ନେଇ କମାଲ୍‌ କରି ଦେଖାଛନ୍ତି ଓଡିଆ ଯାଦୁକର ତଥା ବିଟେକ୍‌ ଛାତ୍ର ସାରାଂଶ ଦାସ। ସେ ପ୍ରସ୍ତୁତ କରିଥିବା ମେଗା ଇଣ୍ଟରନ୍ୟାସନାଲ କୋଲାବ୍‌ରେ ଦେଶ ବିଦେଶର ଯାଦୁକରମାନେ ସେମାନଙ୍କର ଯାଦୁ ନୈପୁଣ ଦେଖାଇଛନ୍ତି।

କଟକ ଏଲଆର ଡିଏଭି ପବ୍ଲିକ ସ୍କୁଲରୁ ଦ୍ୱାଦଶ ପାସ୍‌ କରିବା ପରେ ଏବେ ପଞ୍ଜାବ ଜଳନ୍ଧରରେ ଲଭଲୀ ପ୍ରଫେସନାଲ ୟୁନିଭରସିଟିରେ ବିଟେକ୍‌ ପଢୁଛନ୍ତି ସାରାଶଂ ଦାସ । ୧୦ଟି ଦେଶର ୨୦ ଜଣ ଯାଦୁକରଙ୍କୁ ନେଇ ପ୍ରସ୍ତୁତ କରିଛନ୍ତି ଆକର୍ଷଣୀୟ ଯାଦୁକାରୀ ଭିଡିଓ। କରୋନା ବିଶ୍ୱ ବ୍ୟାପୀ ପ୍ରଭାବ ପକାଇଥିବାବେଳେ ସାରା ବିଶ୍ୱର ଯାଦୁଗରଙ୍କୁ ନେଇ ସେ କରିଛନ୍ତି ଏହି ଭିଡିଓ। ଏଥିରେ ଭାରତର ୬ ଜଣ, ଇଣ୍ଡୋନେସିଆର ୩ ଜଣ, ୟୁଏସଏ, କାନ୍ନାଡା, ଅଷ୍ଟ୍ରେଲିଆ, ଜର୍ମାନ, ଇଟାଲୀ, ଜାପାନ ଓ ଫ୍ରାନସର ଜଣେ ଲେଖାଁଏ ମ୍ୟାଜିକସିଆନ ଥିବାବେଳେ ମାଲେସିୟା ଓ ସିଙ୍ଗାପୁରର ଦୁଇ ଜଣ ଲେଖାଁଏ ଯାଦୁଗର ଭାଗ ନେଇଛନ୍ତି। ସାରା ବିଶ୍ୱରେ ଭାରତୀୟ ଯାଦୁକରଙ୍କୁ ପ୍ରଚାର ପ୍ରସାର କରାଇବା ଏଭଳି ମେଗା ଇଣ୍ଟରନ୍ୟାସନାଲ କୋଲାବ୍‌ର ଲକ୍ଷ୍ୟ ବୋଲି କହିଛନ୍ତି ସାରାଂଶ ଦାସ।

ବିଟେକ୍‌ ଛାତ୍ର ସାରାଂଶ ଦାସଙ୍କ ଏଭଳି ସଫଳତା ପାଖ ପଡୋଶୀ ଓ ସମ୍ପର୍କୀୟଙ୍କୁ ଖୁବ୍ ଆଶ୍ଚାର୍ଯ୍ୟାନ୍ଵିତ କରିଛି। ଏତେ କମ୍‌ ବୟସରେ ସାରା ବିଶ୍ୱର ଯାଦୁକରଙ୍କୁ ଏକାଠି କରି ଯାଦୁର ଭିଡିଓ ପ୍ରସ୍ତୁତ କରିବା ତାହା ପୁଣି ଲକ୍‌ ଡାଉନ ସମୟରେ ଅତି ପ୍ରଶଂସାଯୋଗ୍ଯ। ଗତ ୬ ବର୍ଷ ଧରି ସାରାଶଂ ଯାଦୁ ଅଭ୍ୟାସ କରୁଥିବାବେଳେ ଭବିଷ୍ୟତରେ ସେ ସୁନାମଧନ୍ୟ ଯାଦୁଗର ହୋଇ ପାରିବେ ବୋଲି ସମସ୍ତଙ୍କର ବିଶ୍ୱାସ। ତେବେ ସାରା ବିଶ୍ୱର ଯାଦୁଗରଙ୍କ ନେଇ ପ୍ରସ୍ତୁତ କରିଥିବା ଏହି ଯାଦୁ ଇନଷ୍ଟାଗ୍ରାମ ଓ ୟୁବଟ୍ୟୁବରେ ଅପଲୋଡ କରିଥିବାବେଳେ ଏହି କଳା ପାଇଁ ତାଙ୍କ ନିକଟକୁ ଦର୍ଶକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

19 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

26 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

33 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

41 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

43 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

51 mins ago