Categories: ରାଜ୍ୟ

ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୈାଦ୍ଧ ବିହାର ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍‌ଯାପିତ

ଯାଜପୁର: ଉଦ୍‌ଯାପିତ ହୋଇଯାଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୈାଦ୍ଧ ବିହାର ଉଦୟଗିରି ବୁଦ୍ଧ ମହୋତ୍ସବ । ୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ବୁଦ୍ଧଙ୍କ ଦର୍ଶନ ଓ ବାଣୀର ପ୍ରଚାର ପ୍ରସାର ଦିଗରେ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଆଲୋଚନା କରିଥିଲେ । ବିଶ୍ୱ ଐତିହ୍ୟ ତାଲିକାରେ ଉଦୟଗିରିକୁ ସ୍ଥାନିତ କରିବା ପାଇଁ ଦାବି ଉଠିଛି । ମନୋଜ୍ଞ ପରିବେଷ ମଧ୍ୟରେ ବିଶ୍ୱ ବୈାଦ୍ଧ ସଂସ୍କୃତିର ହୀରକ୍ ତ୍ରିଭୁଜ କୁହାଯାଉଥିବା ଉଦୟଗିରିରେ ଅନୁଷ୍ଠିତ ହୋଇଯାଇଛି ବୁଦ୍ଧ ମହୋତ୍ସବ ।

ଲଳିତଗିରି-ଉଦୟଗିରି-ରତ୍ନଗିରି ବୈାଦ୍ଧସ୍ଥଳ ଏହି ତ୍ରିଭୁଜ ପରିଧି ଭିତରେ ବିଦ୍ୟମାନ । ଏଠାରୁ ଆବିଷ୍କୃତ ବୈାଦ୍ଧ କିର୍ତିରାଜି ତଥା ବହୁ ଦୁର୍ଲଭ ସ୍ମାରକୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାକୁ ଆସୁଥିବା ପର୍ଯ୍ୟଟକ ବୈାଦ୍ଧ ସ୍ମାରକୀ ସ୍ଥଳ ଗୁଡିକୁ ପରିଦର୍ଶନ କରିବା ସହ ବୈାଦ୍ଧ ବିହାର ସଂଲଗ୍ନ ପ୍ରାକୃତିକ ବିଭବ ଭରା ସୈାନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ତେବେ ଆବିଷ୍କୃତ କିର୍ତିରାଜିର ସଂରକ୍ଷଣ ଓ ଏହାର ପ୍ରଦର୍ଶନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇନାହିଁ । ଏନେଇ ଉଦୟଗିରିଠାରେ ଆୟୋଜିତ ବୁଦ୍ଧ ମହୋତ୍ସବ ଉଦଯାପନୀ ସମାରୋହରେ ଏହାର ବିକାଶ ନେଇ ଆଲୋଚନା ହୋଇଛି । ସ୍ଥାନୀୟ ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଦଶମ ବାର୍ଷିକ ବୁଦ୍ଧ ମହୋତ୍ସବର ଉଦଯାପନୀ ସମାରୋହରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଉଦୟଗିରିର ବିକାଶ ଏବଂ ଏହାର ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ । ଏଥିସହ ବିଶ୍ୱ ଐତିହ୍ୟ ତାଲିକାରେ ଉଦୟଗିରିକୁ ସ୍ଥାନିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟତମ ଅତିଥି ଭାବେ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ, ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ସମିତିର ଆବାହକ ମହେଶ୍ୱର ବଳ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମହୋତ୍ସବର ମୁଖପାତ୍ର ଉଦୟଗିରି ପତ୍ରିକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଶୋଭାନୀୟ ଶିକ୍ଷାଶ୍ରମ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୁଦ୍ଧଙ୍କ ବାଣୀ ଓ ଦର୍ଶନ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିସହ ରାଜ୍ୟ ସଂସ୍କୃତି ବିଭାଗର କଳାକାରମାନେ ମଧ୍ୟ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପ୍ରଦର୍ଶିତ କରିଥିଲେ । ଏହି ମହୋତ୍ସବ ଜରିଆରେ ବୈାଦ୍ଧ ବିହାର ଉଦୟଗିରିର ବିକାଶ ସହ ବୁଦ୍ଧଙ୍କ ବାଣୀର ପ୍ରଚାର ପ୍ରସାର ପାଇଁ ଏକ ବାତାବରଣ ସୃଷ୍ଟି ହେବ ।

Sonalisa

Recent Posts

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

13 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

15 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

16 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

29 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

38 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

58 mins ago