Below header

ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୈାଦ୍ଧ ବିହାର ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍‌ଯାପିତ

ଯାଜପୁର: ଉଦ୍‌ଯାପିତ ହୋଇଯାଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୈାଦ୍ଧ ବିହାର ଉଦୟଗିରି ବୁଦ୍ଧ ମହୋତ୍ସବ । ୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ବୁଦ୍ଧଙ୍କ ଦର୍ଶନ ଓ ବାଣୀର ପ୍ରଚାର ପ୍ରସାର ଦିଗରେ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଆଲୋଚନା କରିଥିଲେ । ବିଶ୍ୱ ଐତିହ୍ୟ ତାଲିକାରେ ଉଦୟଗିରିକୁ ସ୍ଥାନିତ କରିବା ପାଇଁ ଦାବି ଉଠିଛି । ମନୋଜ୍ଞ ପରିବେଷ ମଧ୍ୟରେ ବିଶ୍ୱ ବୈାଦ୍ଧ ସଂସ୍କୃତିର ହୀରକ୍ ତ୍ରିଭୁଜ କୁହାଯାଉଥିବା ଉଦୟଗିରିରେ ଅନୁଷ୍ଠିତ ହୋଇଯାଇଛି ବୁଦ୍ଧ ମହୋତ୍ସବ ।

jajpurଲଳିତଗିରି-ଉଦୟଗିରି-ରତ୍ନଗିରି ବୈାଦ୍ଧସ୍ଥଳ ଏହି ତ୍ରିଭୁଜ ପରିଧି ଭିତରେ ବିଦ୍ୟମାନ । ଏଠାରୁ ଆବିଷ୍କୃତ ବୈାଦ୍ଧ କିର୍ତିରାଜି ତଥା ବହୁ ଦୁର୍ଲଭ ସ୍ମାରକୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏଠାକୁ ଆସୁଥିବା ପର୍ଯ୍ୟଟକ ବୈାଦ୍ଧ ସ୍ମାରକୀ ସ୍ଥଳ ଗୁଡିକୁ ପରିଦର୍ଶନ କରିବା ସହ ବୈାଦ୍ଧ ବିହାର ସଂଲଗ୍ନ ପ୍ରାକୃତିକ ବିଭବ ଭରା ସୈାନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ତେବେ ଆବିଷ୍କୃତ କିର୍ତିରାଜିର ସଂରକ୍ଷଣ ଓ ଏହାର ପ୍ରଦର୍ଶନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇନାହିଁ । ଏନେଇ ଉଦୟଗିରିଠାରେ ଆୟୋଜିତ ବୁଦ୍ଧ ମହୋତ୍ସବ ଉଦଯାପନୀ ସମାରୋହରେ ଏହାର ବିକାଶ ନେଇ ଆଲୋଚନା ହୋଇଛି । ସ୍ଥାନୀୟ ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଦଶମ ବାର୍ଷିକ ବୁଦ୍ଧ ମହୋତ୍ସବର ଉଦଯାପନୀ ସମାରୋହରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଉଦୟଗିରିର ବିକାଶ ଏବଂ ଏହାର ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ । ଏଥିସହ ବିଶ୍ୱ ଐତିହ୍ୟ ତାଲିକାରେ ଉଦୟଗିରିକୁ ସ୍ଥାନିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

jajpurଅନ୍ୟତମ ଅତିଥି ଭାବେ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ, ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ସମିତିର ଆବାହକ ମହେଶ୍ୱର ବଳ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମହୋତ୍ସବର ମୁଖପାତ୍ର ଉଦୟଗିରି ପତ୍ରିକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଶୋଭାନୀୟ ଶିକ୍ଷାଶ୍ରମ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୁଦ୍ଧଙ୍କ ବାଣୀ ଓ ଦର୍ଶନ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିସହ ରାଜ୍ୟ ସଂସ୍କୃତି ବିଭାଗର କଳାକାରମାନେ ମଧ୍ୟ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପ୍ରଦର୍ଶିତ କରିଥିଲେ । ଏହି ମହୋତ୍ସବ ଜରିଆରେ ବୈାଦ୍ଧ ବିହାର ଉଦୟଗିରିର ବିକାଶ ସହ ବୁଦ୍ଧଙ୍କ ବାଣୀର ପ୍ରଚାର ପ୍ରସାର ପାଇଁ ଏକ ବାତାବରଣ ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.