ଜାଣନ୍ତୁ ଫେସବୁକ ନିର୍ମାତା ମାର୍କ ଜୁକରବର୍ଗଙ୍କ ସଫଳତା ଓ ସଂଘର୍ଷର କାହାଣୀ

ପୃଥିବୀରେ ପ୍ରତିଦିନ ହଜାର ହଜାର ଲୋକ ଜନ୍ମ ନିଅନ୍ତି ଓ ମୃତ୍ୟୁ ବରଣ କରନ୍ତି । କିନ୍ତୁ କେତେ ଜଣଙ୍କ ଜନ୍ମ ପୃଥିବୀରେ କିଛି ପରିବର୍ତ୍ତନ ପାଇଁ ହିଁ ହୋଇଥାଏ । ଆଉ ସେହି ବ୍ୟକ୍ତିମାନେ ହିଁ କୋଟିଏରେ ଗୋଟିଏ ଭାବେ ଗଣା ହୁଅନ୍ତି । ସେମିତି ହିଁ ବ୍ୟକ୍ତି ହେଉଛନ୍ତି ଫେସବୁକ ମାଲିକ ମାର୍କ ଜୁକରବର୍ଗ । ନିଜ ସ୍ୱଳ୍ପ ଆୟୁ ଭିତରେ ବି ସେ ସଫଳତାର ସେହି ଶୀର୍ଷକୁ ଛୁଇଁ ପାରିଛନ୍ତି ଯାହା ସାଧାରଣରେ ଏତେଟା ସହଜ ହୋଇନଥାଏ । ଆସନ୍ତୁ ଆଜି ଆମେ ତାଙ୍କ ଜୀବନୀ ଉପରେ ଏକ ଦୃଷ୍ଟି ପକାଇବା । ମାର୍କ ଜୁକରବର୍ଗଙ୍କ ଜନ୍ମ ୧୯୮୪ ମସିହା ମେ ମାସ ୧୪ ତାରିଖରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ଏଡ଼ବାଡ଼ ଜୁକରବର୍ଗ ଓ ମାତାଙ୍କ ନାମ ଥିଲା କେରେନ କେମ୍ପର ଜୁକରବର୍ଗ । ମାର୍କଙ୍କର ୩ ଜଣ ଭଉଣୀ ଥିଲେ । ମାର୍କ ଛୋଟ ବେଳରୁ ହିଁ କମ୍ପୁଟର ଶିକ୍ଷା ପ୍ରତି ବିଶେଷ ଆଗ୍ରହୀ ଥିଲେ । ଛୋଟ ବେଳରୁ ହିଁ କମ୍ପୁଟର ଶିକ୍ଷାରେ ତାଙ୍କ ପିତା ହିଁ ତାଙ୍କୁ ସାହାଯ୍ୟ କରୁଥିଲେ । ପିଲା ବେଳରୁ ହିଁ ମାର୍କ ବେଶ ବୁଦ୍ଧିମାନ ଓ ଜିଜ୍ଞାସୁ ଥିଲେ ତେଣୁ ତାଙ୍କ କେତେ ଗୁଡିଏ ପ୍ରଶ୍ନର ଉତ୍ତର ତାଙ୍କ ପିତା ମଧ୍ୟ ଦେଇପାରୁ ନଥିଲେ ।

facebook

ଯେଉଁ ବୟସରେ ପିଲାମାନେ କମ୍ପୁଟରରେ ଗେମ ଖେଳନ୍ତି ସେହି ବୟସରେ ହିଁ ସେ କମ୍ପୁଟରରେ ଗେମ ବନାଇ ଲୋଡ଼ କରୁଥିଲେ । ମାତ୍ର ୧୨ ବର୍ଷ ବୟସରେ ମାର୍କ, ଜୁକନେଟ ନାମକ ଏକ ମେସେଜିଙ୍ଗ ପ୍ରୋଗ୍ରାମ ବନାଇଥିଲେ । ପରେ ଜୁକରବର୍ଗ ହାବାର୍ଡ ବିଶ୍ୱ ବିଦ୍ୟାଳୟରୁ ନିଜ ଶିକ୍ଷା ଶେଷ କରିଥିଲେ । ନିଜ ବିଚକ୍ଷଣ ବୁଦ୍ଧି ଯୋଗୁଁ ହିଁ ସେ ବିଶ୍ୱବିଦ୍ୟାଳୟରେ ଖୁବ କମ ଦିନ ଭିତରେ ପରିଚିତ ହୋଇ ପାରିଥିଲେ । ନିଜ କଲେଜ ଦିନରେ ହିଁ ଜୁକରବର୍ଗ ଫେସବୁକ ନାମକ ଏକ ବହି ନିଜ ପାଖରେ ସବୁବେଳେ ରଖୁଥିଲେ । ଯେଉଁଥିରେ ସେ ନିଜ କଲେଜର ସମସ୍ତ ଛାତ୍ର ମାନଙ୍କ ତଥ୍ୟ ଓ ଫଟୋ ସଂଗ୍ରହ କରି ରଖିଥିଲେ । ପରେ ସେ ‘ଫେସମାସ’ ନାମକ ଏକ ୱେବସାଇଟ ମଧ୍ୟ ତିଆରି କରିଥିଲେ । ସେ ସମୟରେ ବି ଜୁକରବର୍ଗ କମ୍ପୁଟରରେ ଏତେ ପାରଙ୍ଗମ ଯେ ହାବାର୍ଡ ବିଶ୍ୱବିଦ୍ୟାଳୟର ୱେବସାଇଟକୁ ହ୍ୟାକ କରିଦେଇଥିଲେ । କିନ୍ତୁ ବିରୋଧ ହେତୁ ତାଙ୍କୁ ପରବର୍ତ୍ତୀ ସମୟରେ ‘ଫେସମାସ’ ୱେବସାଇଟକୁ ବନ୍ଦ କରିବାକୁ ପଡିଥିଲା ।

facebook

ଏହା ସହ ପଢନ୍ତୁ; ୨୬/୧୧ର ଆକ୍ରମଣରେ କେବଳ ପୋଲିସ ନୁହେଁ, ୪ ବାହାଦୂର କୁକୁର ମଧ୍ୟ ଥିଲେ ସାମିଲ, ଜାଣନ୍ତୁ ତାଙ୍କ ବିଷୟରେ

ପରେ ୨୦୦୪ ମସିହାରେ ହାବାର୍ଡ ଛାତ୍ରଛାତ୍ରୀଙ୍କ ସକାଶେ “ଦ ଫେସବୁକ” ନାମକ ଏକ ଲାଇଭ ଆରମ୍ଭ କରିଥିଲେ । ଦିନକୁ ଦିନ ଫେସବୁକର ଲୋକପ୍ରିୟତା ବଢିବାକୁ ଲାଗିଲା । ତେଣୁ ପରେ ମାର୍କ ଏହାକୁ ପୂରା ପୃଥିବୀ ବାସୀଙ୍କ ପାଇଁ ଚାଲୁ କରିଥିଲେ । ୨୦୦୫ ମସିହାରେ ନାମ ବଦଳା ଯାଇ ଫେସବୁକ ରଖାଯାଇଥିଲା । ଆଉ ୨୦୧୫ ମସିହା ସୁଦ୍ଧା ଫେସବୁକର ମାସିକ ୨୦୦ କୋଟିରୁ ଅଧିକ ୟୁଜର୍ସ ହୋଇଯାଇଥିଲେ । ଆଉ ଆଜି ଜୁକରବର୍ଗ ପୃଥିବୀର କିଛି କାମ ବୟସର ଆରବପତି ମାନଙ୍କ ଭିତରେ ଗଣା ହେଉଛନ୍ତି । କିନ୍ତୁ ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେବେ ଫେସବୁକ ତିଆରି କରିବା ବେଳକୁ ମାର୍କଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ମାର୍କଙ୍କର ଆଉ ଏକ ବିଶେଷ ଗୁଣ ହେଉଛି ସେ କେବେ ବି ରିସ୍କ ନେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କର ସେହି ଗୁଣ ଯୋଗୁଁ ହିଁ ସେ ଆଜି whatsapp ଓ instagram  ନାମକ ଦୁଇ ମର୍ଜର ତିଆରି କରିପାରିଛନ୍ତି । ୨୦୧୮ ମସିହାରେ ମାର୍କଙ୍କର ବ୍ୟବସାୟ ୭୦ ବିଲିୟନ ଡଲାରରେ ପହଞ୍ଚିପାରିଥିଲା । ଯାହାଦ୍ୱାରା ସେ ବିଶ୍ୱର ୧୦ ଶ୍ରେଷ୍ଠ ଧନୀଙ୍କ ଭିତରେ ସାମିଲ ହୋଇପାରିଥିଲେ । ନିକଟ ଅତୀତରେ ଫେସବୁକ ବିବାଦର ଘେରକୁ ଆସିଥିଲେ ସୁଦ୍ଧା ଏହାର ଲୋକପ୍ରିୟତା ବଜାୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.