Below header

ଯାଜପୁର: ଶସ୍ୟ ବୀମା ପ୍ରିମିୟମ ପଇଠ କରି ବୀମା ରାଶି ପାଇବାରୁ ବଞ୍ଚିତ ଚାଷୀ, ୨ ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର ଟାଉନ: ଶସ୍ୟ ବୀମା ପ୍ରିମିୟମ ପଇଠ କରି ବୀମା ରାଶି ପାଇବାରୁ ଚାଷୀ ବଂଚିତ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ଚାଷୀ । ଜିଲ୍ଲାପାଳ ଅଫିସ ଠାରୁ ଯାଇ ହାଇକୋର୍ଟ ପର୍ଯ୍ୟନ୍ତ ପହଁଚିଲାଣି ଅଭିଯୋଗ, ହେଲେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ମିିଳିପାରିନି ବୀମା ରାଶି । ଏହେଉଛି, ଯାଜପୁର ଜିଲ୍ଲା ମଂଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀଙ୍କ କଥା । ଯେଉଁ ମାନେ ନିଜର ବୀମା ରାଶି ପାଇବା ପାଇଁ ବର୍ଷେରୁ ଉର୍ଦ୍ଧ ସମୟ ହେଲା ଅପେକ୍ଷା କରି ରହିଛନ୍ତି । ଭୁଲ ଡାଟା ଏଂଟ୍ରି ଫଳରେ ଏଭଳି ସମସ୍ୟା ହୋଇଥିବା ଜଣାପଡିଥିବା ବେଳେ ହାଇକୋର୍ଟ ୨ ମାସ ମଧ୍ୟରେ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେବେ ମିଳିବ ଚାଷୀଙ୍କୁ ସେମାନଙ୍କ ହକ୍‌? କେବେ ମିଳିବ ଚାଷୀଙ୍କୁ ସେମାନଙ୍କ ଶସ୍ୟ ବୀମା ରାଶି? ସୂଚନା ଅନୁଯାୟୀ, ଗତ ବର୍ଷ ତିତିଲି ରେ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଏଯାଏଁ ଚାଷୀଙ୍କୁ ମିଳିନାହିଁ ଶସ୍ୟ ବୀମା ରାଶି । ଯାଜପୁର ମଂଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀ ସେମାନଙ୍କ ଶସ୍ୟ ବୀମା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଚାଷୀ ମାନଙ୍କ ପଂଜିକରଣ ସମୟରେ ତୃଟିପୂର୍ଣ୍ଣ ଡାଟା ଏଂଟ୍ରି ପଂଳରେ ଶତାଧିକ ଚାଷୀ ଏଭଳି ସମସ୍ୟା ସମ୍ମୁଖିନ ହୋଇଛନ୍ତି । ଫଳରେ ଚାଷୀ ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି ।

jajpur farmerଏହି ସମବାୟ ସମିତି ଅଧିନରେ ଉଭୟ ଥାଲକୁଡି ଏବଂ କସପା ପଂଚାୟତର ୨୫୭ ଜଣ ଚାଷୀ ଫସଲ ହାନି ଜନିତ ଶସ୍ୟ ବୀମା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୧୦୩ ଜଣ ଚାଷୀଙ୍କର ତୃଟିପୂର୍ଣ୍ଣ ଡାଟା ଏଂଟ୍ରି ଯୋଗୁଁ ବୀମା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଫଳରେ ସେମାନଙ୍କୁ ମିଳିବାକୁ ଥିବା ୨୦ଲକ୍ଷ ୫୯ ହଜାର ଟଙ୍କା ଏବେ ପଡି ରହିଛି । ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବା ପାଇଁ ବୀମା କଂପାନି ସେତେଟା ମଧ୍ୟ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ସମବାୟ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ କୌଣସି ସୁଫଳ ନମିିଳିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଚାଷୀ । ମାନ୍ୟବର ହାଇକୋର୍ଟ ୨ ମାସ ମଧ୍ୟରେ ଏହାର ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ବୀମା ବ୍ୟବସ୍ଥା କରିଛନ୍ତି ସରକାର । ଏଥିପାଇଁ ପ୍ରିମିୟମ ରାଶି ପଇଠ କରୁଛନ୍ତି ଚାଷୀ । କିନ୍ତୁ ଫସଲ ହାନି ଜନିତ ବୀମା ରାଶି ପ୍ରଦାନ ବେଳକୁ ଉଭୟ ବୀମା କଂପାନି ଓ ସମବାୟ କର୍ତୁପକ୍ଷ ଚାଷୀଙ୍କୁ ଅବହେଳା ପ୍ରଦର୍ଶନ ଫଳରେ ଚାଷୀ ହଇରାଣ ହରକତ ହେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.