ରାଜ୍ୟ

ରାସ୍ତା କଡରେ ଶୁଆଇ ଚାଲିଗଲା ବସ୍, ଏ କି ପ୍ରକାର ମାନବିକତା ଅଧା ବାଟରେ ଛାଡି ଚାଲିଗଲା

ବଣାଇ (କେନ୍ୟୁଜ) : ଏ କେମିତିକା ଚିତ୍ର । ଏ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ଏମିତି କଣ ପଡିଛନ୍ତି । କଣ ହେଇଛି ତାଙ୍କର । କିଏ ଏମିତି ତାଙ୍କୁ ଶୁଆଇ ଦେଇଛି ନା ସେ ନିଜେ ଏମିତି ପଡିଛନ୍ତି । ଆଜ୍ଞା ଏ ବ୍ୟକ୍ତି ଜଣଙ୍କୁ ଏମିତି ଅବସ୍ଥାରେ ପକାଇ ଚାଲିଯାଇଛି ଏକ ବସ୍‌ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ବଡ଼ଗାଁ ରୁ ସୁନ୍ଦରଗଡ଼ ଯାଉଥିବା ସାରଳା ନାମକ ଏକ ଘରୋଇ ବସ ସୁନ୍ଦରଗଡ଼ ଯାଉଥିବା ବେଳେ ବସରେ ଥିବା ଜଣେ ପାସେଞ୍ଜର ଅସୁସ୍ଥ ହେବାପରେ ବସଟି ପ୍ରାୟ କୋଡିଏ କିଲୋମିଟର ଆସିବା ପରେ ଲଲେଇ ଛକ ରାସ୍ତା ପାଖରେ ଶୁଆଇ ଦେଇ ଚାଲିଗଲା ।

ବ୍ୟକ୍ତିଙ୍କୁ ଗୁରୁତର ଅବସ୍ତାରେ ଏମିତି ପକାଇ ଦେଇ ବସଟି କେମିତି ଚାଲି ଯାଇପାରିଲା । ପୁଣି ରାସ୍ତା କଡରେ ଶୁଆଇଦେଇ । କେମିତି ତାଙ୍କ ମନ କହିଲା ଲୋକଟିକୁ ଏମିତି ଅବସ୍ଥାରେ ଛାଡି ଚାଲିଯିବାକୁ । ରାସ୍ତା କଡରେ ଲୋକଟିକୁ ଏମିିତି ପଡିଥିବାର ଦେଖି କେତେକ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାକୁ ପଠାଇ ଥିଲେ । ଯାହାପରେ ବଣାଇ ଡାକ୍ତରଖାନାରେ ତାଙ୍କୁ ତୁରନ୍ତ ଚିକିତ୍ସା କରାଗଲା । ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦିଆଗଲା ।

ତାଙ୍କ ଘର ବନେଇକେଲା ତାଙ୍କ ନା ସମରଜିତ ମଣିହୀରା ବୋଲି ଜଣା ପଡି ଥିବା ବେଳେ ସେ ବେଦବ୍ୟାସ ଯାଉଥିଲେ । ବସ କର୍ମଚାରୀ କିପରି ଗୁରୁତର ଥିବା ପାସେଞ୍ଜର କୁ ଡାକ୍ତରଖାନା କୁ ନନେଇ ରାସ୍ତାରେ ଓଲ୍ହା ଇ ଦେଇ ଚାଲି ଗଲେ ତାହା ଏବେ ପ୍ରଶ୍ନ ଉଠିଛି ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

18 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

20 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago