ରାସ୍ତା କଡରେ ଶୁଆଇ ଚାଲିଗଲା ବସ୍, ଏ କି ପ୍ରକାର ମାନବିକତା ଅଧା ବାଟରେ ଛାଡି ଚାଲିଗଲା
ଏ କେମିତିକା ଚିତ୍ର । ଏ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ଏମିତି କଣ ପଡିଛନ୍ତି । କଣ ହେଇଛି ତାଙ୍କର । କିଏ ଏମିତି ତାଙ୍କୁ ଶୁଆଇ ଦେଇଛି ନା ସେ ନିଜେ ଏମିତି ପଡିଛନ୍ତି ।
ବଣାଇ (କେନ୍ୟୁଜ) : ଏ କେମିତିକା ଚିତ୍ର । ଏ ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ଏମିତି କଣ ପଡିଛନ୍ତି । କଣ ହେଇଛି ତାଙ୍କର । କିଏ ଏମିତି ତାଙ୍କୁ ଶୁଆଇ ଦେଇଛି ନା ସେ ନିଜେ ଏମିତି ପଡିଛନ୍ତି । ଆଜ୍ଞା ଏ ବ୍ୟକ୍ତି ଜଣଙ୍କୁ ଏମିତି ଅବସ୍ଥାରେ ପକାଇ ଚାଲିଯାଇଛି ଏକ ବସ୍ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ର ବଡ଼ଗାଁ ରୁ ସୁନ୍ଦରଗଡ଼ ଯାଉଥିବା ସାରଳା ନାମକ ଏକ ଘରୋଇ ବସ ସୁନ୍ଦରଗଡ଼ ଯାଉଥିବା ବେଳେ ବସରେ ଥିବା ଜଣେ ପାସେଞ୍ଜର ଅସୁସ୍ଥ ହେବାପରେ ବସଟି ପ୍ରାୟ କୋଡିଏ କିଲୋମିଟର ଆସିବା ପରେ ଲଲେଇ ଛକ ରାସ୍ତା ପାଖରେ ଶୁଆଇ ଦେଇ ଚାଲିଗଲା ।
ବ୍ୟକ୍ତିଙ୍କୁ ଗୁରୁତର ଅବସ୍ତାରେ ଏମିତି ପକାଇ ଦେଇ ବସଟି କେମିତି ଚାଲି ଯାଇପାରିଲା । ପୁଣି ରାସ୍ତା କଡରେ ଶୁଆଇଦେଇ । କେମିତି ତାଙ୍କ ମନ କହିଲା ଲୋକଟିକୁ ଏମିତି ଅବସ୍ଥାରେ ଛାଡି ଚାଲିଯିବାକୁ । ରାସ୍ତା କଡରେ ଲୋକଟିକୁ ଏମିିତି ପଡିଥିବାର ଦେଖି କେତେକ ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାକୁ ପଠାଇ ଥିଲେ । ଯାହାପରେ ବଣାଇ ଡାକ୍ତରଖାନାରେ ତାଙ୍କୁ ତୁରନ୍ତ ଚିକିତ୍ସା କରାଗଲା । ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦିଆଗଲା ।
ତାଙ୍କ ଘର ବନେଇକେଲା ତାଙ୍କ ନା ସମରଜିତ ମଣିହୀରା ବୋଲି ଜଣା ପଡି ଥିବା ବେଳେ ସେ ବେଦବ୍ୟାସ ଯାଉଥିଲେ । ବସ କର୍ମଚାରୀ କିପରି ଗୁରୁତର ଥିବା ପାସେଞ୍ଜର କୁ ଡାକ୍ତରଖାନା କୁ ନନେଇ ରାସ୍ତାରେ ଓଲ୍ହା ଇ ଦେଇ ଚାଲି ଗଲେ ତାହା ଏବେ ପ୍ରଶ୍ନ ଉଠିଛି ।