ଘରୋଇ କଳିରୁ ସ୍ବାମୀଙ୍କୁ ମାରିଲା ସ୍ତ୍ରୀ, ପୋଲିସ ତଦନ୍ତ ଆରମ୍ଭ
ଦିନକୁ ଦିନ ଆଜିକାଲି ଘରୋଇ କଳି ବଢ଼ି ଚାଲିଛି। ବିଶେଷ କରି ସ୍ଵାମୀ ସ୍ତ୍ରୀ କଳି ସନ୍ଦେହରୁ ଜାତ ହେଇଥିବା ବେଳେ ଏଥିପାଇଁ ଜୀବନ ଯାଉଛି। ଏହି ସନ୍ଦେହରୁ ହତ୍ୟାକାଣ୍ଡ ହେଉଥିବା ବେଳେ ଏମିତି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି କେନ୍ଦୁଝରରେ।
କେନ୍ଦୁଝର : ଦିନକୁ ଦିନ ଆଜିକାଲି ଘରୋଇ କଳି ବଢ଼ି ଚାଲିଛି। ବିଶେଷ କରି ସ୍ଵାମୀ ସ୍ତ୍ରୀ କଳି ସନ୍ଦେହରୁ ଜାତ ହେଇଥିବା ବେଳେ ଏଥିପାଇଁ ଜୀବନ ଯାଉଛି। ଏହି ସନ୍ଦେହରୁ ହତ୍ୟାକାଣ୍ଡ ହେଉଥିବା ବେଳେ ଏମିତି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି କେନ୍ଦୁଝରରେ।
ସୂଚନା ଅନୁଯାୟୀ, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ୱାମୀ ଟୁରାକୁ ଶାବଳରେ ପିଟି ହତ୍ୟା କରିଥିବା ନିଜେ ସ୍ବୀକାର କରିଛି। ଏହି ଘଟଣା ଗତ ରବିବାର ରାତିରୁ ଘଟିଥିବା ବେଳେ ଆଜି ଖବର ପାଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି।
ଦୀର୍ଘ ତିନି ଦିନ ଧରି ଟୁରାର ଶବ ଘରେ ପଡିରହିଥିବା ବେଳେ ଚାରି ଛୁଆଙ୍କୁ ଧରି ସୁନୀତା ସେହି ଘରେ ରହି ଆସିଥିଲା। ନିଜ ସ୍ଵାମୀ ମଦ ପିଇ ବାରମ୍ବାର ଅଶ୍ଳୀଳ ଗାଳି ଗୁଲଜ କରିଥିବା ବେଳେ ମାଡ ମଧ୍ୟ ମାରୁଥିଲା।
ଘଟଣା ରାତିରେ ଏହି ଗାଳି ଗୁଲଜ ଅଧିକ ବଢ଼ି ଯିବାରୁ ଘରେ ଥିବା ଶାବଳରେ ସ୍ବାମୀଙ୍କୁ ମାରିଥିବା ଜଣାପଡିଛି। ଘଟଣାସ୍ଥଳରେ ଟାଉନ ଆଇଆଇସି, ସଦର ଏସଡିପିଓ ପହଞ୍ଚି ଶବକୁ ଜବତ କରି ସୁନୀତାକୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି।