Below header

ଦିଲ୍ଲୀ ମଦ ଦୁର୍ନୀତି: କୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବଢ଼ାଇଲେ ସଞ୍ଜୟ ସିଂଙ୍କ ED ହେପାଜତ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି ମିଳିନାହିଁ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ତାଙ୍କ ଇଡି ହେପାଜତକୁ ବୃଦ୍ଧି କରିଛନ୍ତି। ଇଡି ସଞ୍ଜୟ ସିଂଙ୍କ ୫ ଦିନିଆ ରିମାଣ୍ଡ ମାଗିଥିଲା, କିନ୍ତୁ କୋର୍ଟ ତିନି ଦିନର ରିମାଣ୍ଡ ଦେଇଛନ୍ତି।

କୋର୍ଟଙ୍କୁ ଇଡି କହିଛି ଯେ ସଞ୍ଜୟ ସିଂ ଲାଞ୍ଚ ମାଗିଥିଲେ, କିନ୍ତୁ ପେମେଣ୍ଟ୍‌ ହୋଇ ନ ଥିଲା। ତେବେ ସଞ୍ଜୟ ସିଂଙ୍କ ରିମାଣ୍ଡ ଦାବି କରି ଇଡି କହିଛି, ସେ ତଦନ୍ତରେ ସହଯୋଗ କରୁନାହାଁନ୍ତି। ଏପରି କି, କଲ୍ ଡାଟା ରେକର୍ଡ ଏବଂ ପୁରୁଣା ଫୋନ୍ ମଧ୍ୟ ପୁନରୁଦ୍ଧାର ହୋଇନାହିଁ। ଇଡି ଅଭିଯୋଗ କରିଛି ଯେ ସଞ୍ଜୟ ସିଂ ତାଙ୍କ ପୁରୁଣା ଫୋନ୍ ବିଷୟରେ କିଛି କହୁ ନାହାଁନ୍ତି।

ଇଡିର କହିବା ଅନୁଯାୟୀ, ଆମେ ଖୋଜାଖୋଜି କରିଥିଲୁ, ହେଲେ ସଞ୍ଜୟ ସିଂଙ୍କ ପୁରୁଣା ଫୋନ୍ ମିଳି ନ ଥିଲା। ଏହା ଉପରେ କୋର୍ଟ ପଚାରିଥିଲେ କି, ଆପଣ କେଉଁଠାରେ ଚଢ଼ାଉ କରିଥିଲେ? ଇଡି କହିଥିଲା, ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆମ ପାଖରେ ସେହି ଲୋକମାନଙ୍କ ବୟାନ ମଧ୍ୟ ଅଛି, ଯେଉଁମାନଙ୍କୁ ଏଠାରେ ଯାଞ୍ଚ କରାଯାଇଥିଲା, ଏଥିରେ ଅନେକ ଅଭିଯୋଗ ସାମ୍ନାକୁ ଆସିଛି।

କହି ରଖୁଛୁ, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ସଞ୍ଜୟ ସିଂଙ୍କ ବାସଭବନରେ ଚଢ଼ାଉ କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରିଥିଲା। ଇଡି ସୂତ୍ରରୁ ପ୍ରକାଶ ଯେ ମଦ ଦୁର୍ନୀତିରେ ଅଭିଯୁକ୍ତ ଦୀନେଶ ଆରୋରାଙ୍କ ସାକ୍ଷ୍ୟ ଆଧାରରେ ସଞ୍ଜୟ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.