ରାଜ୍ୟ

ଚୂନା ହୋଇଗଲା ବସର ସାମ୍ନା ଭାଗ, ଭୟରେ ଜଣ ଜଣ କରି ଓହ୍ଲାଇଲେ ତଳକୁ

ଜଳେଶ୍ୱର (କେନ୍ୟୁଜ) : ଚେପା ହୋଇଯାଇଛି ବସର ମୁହଁ । ଆଉ ସେହି ଚେପା ହୋଇଯାଇଥିବା ବସ୍‌ ମୁହଁରୁ ଜଣ ଜଣକରି ତଳକୁ ଅଣାଯାଉଛି । କାହାର କାନ୍ଧ ଭାଙ୍ଗି ଯାଇଛି ତ କାହାର ଗୋଡ । ପୁଣି କାହାର ମୁଣ୍ଡ ଫାଟି ଯାଇଛି । ରାସ୍ତା ଉପରେ ଚୂନା ଚୂନା ହୋଇ ପଡିଛି କାଚସବୁ । ତାରି ଭିତରେ ଅତି ସାବଧାନର ସହ ଜଣ ଜଣ କରି ବସରୁ ଅଣାଯାଉଛି ଆମ୍ବୁଲାନ୍ସକୁ । ଆମ୍ବୁଲାନ୍ସ ଲାଗିଛି ବସ୍‌ ଆଗରେ । ଆଉ ବସରୁ ଯାତ୍ରୀ ଓହ୍ଲାଇ ଜଣଙ୍କ ପରେ ଜଣେ ଯାଇ ବସୁଛନ୍ତି ଆମ୍ବୁଲାନ୍ସରେ । କିଟିମିଟି ଅନ୍ଧାର ରାତି ରାସ୍ତା ଘାଟ ସବୁ ଶୂନଶାନ୍‌ । ହଠାତ୍‌ ମଝି ରାସ୍ତାରେ ଘଟିଲା ଏକ ଭୟଙ୍କର ଦୁର୍ଘଟଣା ।

ପ୍ରଚଣ୍ଡ ଶବ୍ଦ ଶୁଭିଲା ଆଉ ଯାତ୍ରୀ ହୋଇଗଲେ ଭୟଭୀତ । ଆଉ ବସ୍‌ ଭିତରୁ କେହି ବାହାରକୁ ବାହାରି ପାରିନଥିଲେ । ସମସ୍ତେ ବସ୍‌ ଭିତରେ ଚିତ୍କାର କରୁଥିଲେ । ଆପଣମାନେ ଏହି କାଳିଆନନା ବସକୁ ଦେଖିପାରୁଥିବେ । କିଭଳି ଭାବେ ବସର ସାମ୍ନା ଭାଗ କେମିତି ଭାଙ୍ଗି ରୁଜି ଚୂରମାର ହୋଇଯାଇଛି । ତେବେ ଆପଣ ଅନୁମାନ ଲଗାଇପାରୁଥିବେ ଯେ ଯଦି ବସର ଅବସ୍ଥା ଏମିତି ହୋଇଛି ତାହେଲେ ସେତେବେଳେ ବସରେ ବସିଥିବା ଯାତ୍ରୀଙ୍କ ସ୍ଥିତି କେତେ ଭୟଙ୍କର ହୋଇଥିବ ।

୫୦ ରୁ ଅଧିକ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଦୀଘା ଅଭିମୁଖେ ବାହାରିଥିଲା ଏହି କାଳିଆ ନନା ବସ୍‌ । ଆଉ ବସ୍‌ ଭିତରେ ବସିଥିବା ଯାତ୍ରୀମାନେ ଡ୍ରାଇଭର ଉପରେ ଭରଷା ରଖି ନିଜ ଗନ୍ତବ୍ୟପଥରେ ପହଁଚିବାକୁ ଆରାମରେ ବସିଥିଲେ ଆଉ କିଏ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଅନ୍ୟ ଏକ ଗାଡିକୁ ପଛପଟୁ ଧକ୍କା ଦେଲା ଏହି ଯାତ୍ରୀବାହୀ ବସ । ଆଉ ଏହି ସମୟରେ ବହୁତ ଜୋରରେ ଗର୍ଜନ କରିଥିଲା କାଳିଆ ନନା । ଭିତରେ ବସିଥିବା ଯାତ୍ରୀ ଭୟରେ ଥରହର ହେଉଥିଲେ । କଣ ହେଲା କଣ ଏମିତି ଶବ୍ଦ ହେଲା ଭାବିବା ପୂର୍ବରୁ କାଳିଆ ନନା ବସର ସାମ୍ନା ଭାଗ ପୂରା ଚୁରମାର ହୋଇଯାଇଥିଲା, ଚେପା ହେଇଗଲା ବସର ମୁହଁ । ଆଉ ବସ୍‌ ଚାଳକ ହେଲପର ସମେତ ଆଗରେ ବସିଥିବା ଯାତ୍ରୀ ଏସବୁକୁ ଅତି ନିକଟରୁ ଦେଖିଥିଲେ ।

ତେବେ ସବୁଠୁ ସୌଭାଗ୍ୟର କଥା ଯେ ଏତେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ । ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ଛକ ନିକଟରେ ହୋଇଥିଲା ଏଭଳି ଭୟଙ୍କର ଦୁର୍ଘଟଣା । କାଳିଆ ନନା ନାମକ ଏହି ଘରୋଇ ବସ ଗତକାଲି ରାତିରେ ଭୁବନେଶ୍ୱରରୁ ୫୦ରୁ ଉର୍ଧ୍ବ ଯାତ୍ରୀ ନେଇ ପଶ୍ଚିମବଙ୍ଗ ର ଦୀଘା ଅଭିମୁଖେ ଯାଉ ଥିଲା । ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଅନ୍ୟ ଏକ ଅଜଣା ଗାଡିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ବସର ଆଗ ପଟ ଭାଙ୍ଗି ଚୂରମାର ହୋଇଯାଇଛି । ବସର ଆଗରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ପୋଲିସ ପେଟ୍ରୋଲିଂ ଭ୍ୟାନ ଏବଂ ବସ୍ତା ଥାନା ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ହସପିଟାଲରେ ଭର୍ତ୍ତି କରାଇବା ସହ ଅନ୍ୟ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିଥିଲା ।

Pritiparna

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

6 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

37 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

40 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

43 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

49 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago