ରାଜ୍ୟ

ଜେଜେ ମାରିଦେଲା ବାପାକୁ, ଶେଷ ଥର ଦେଖିବ ବୋଲି ଅଡିବସିଛି ଝିଅ

ଭଦ୍ରକ (କେନ୍ୟୁଜ) : ମୋତେ ଛାଡିଦିଅ, ମୁଁ ମୋ ବାପା ପାଖକୁ ଯିବି । ମୋ ବାପାକୁ ଟିକେ ଦେଖିବି, ମୋତେ ଛାଡିଦିଅ…ବାପା… ବାପା… ବାପା…କହି କହି ଏମିତି କାନ୍ଦି କାନ୍ଦି ସୁଖିଗଲାଣି ଝିଅର ତଣ୍ଟି । ପାଣି ଦେଲେ ବି ପିଉନି, ଜିଦି ଧରୁଛି ମୋ ବାପାକୁ ଦେଖିବି । ହଁ ଆଜ୍ଞା ବାପାକୁ ଟିକେ ଶେଷ ଥର ପାଇଁ ଦେଖିବ ବୋଲି ଅଳି କରୁଛି କୁନି ଝିଅ । କାହିଁକିନା ସେ ଜାଣିସାରିଛି ଯେ ତା ବାପା ଆଉ ଏ ଦୁନିଆରେ ନାହାଁନ୍ତି । ଜେଜେ ବାପାର ଖଣ୍ଡା ଚୋଟରେ ସବୁଦିନ ପାଇଁ ଶୋଇପଡିଛି ବାପା । ତଥାପି କୁନି ମନ ବୁଝୁନି । ବାପାକୁ ଟିକେ ଆଉ ଥରେ ଆଖି ପୂରାଇ ଦେଖିବାକୁ ଅଡି ବସିଛି ଝିଅ । କାନ୍ଦି କାନ୍ଦି କହୁଛି ମୋ ବାପାକୁ ନିଅନି, ସେ ହୁଏତ ଜାଣି ସାରିଛି ତା ବାପାକୁ ଆଉ ଟିକେ ପରେ ନେଇଯିବେ । ଆଉ ସେ କେବେବି ତା ପାଖକୁ ଦେଖିପାରିବନି । ଅଲିଅଳି ଝିଅର ଏ କାନ୍ଦ ଛାତିକୁ ବିଦାରି ଦେଉଛି ।

ଆଜ୍ଞା ଏ ହେଉଛି ପାରିବାରିକ କଳହର କରୁଣ ପରିଣତି । ଘରେ ଖାଉଥିଲା ପୁଅ, ରାଗରେ ହାଣିଦେଲା ବାପା । କଥା କଟାକଟି ପରେ ହାତାହାତି । ପାରିବାରିକ କଳହର କରୁଣ ପରିଣତି । ରୋଷେଇ ସରିଥିଲା ଖାଇବାକୁ ବସିଥିଲେ ବାପ ପୁଅ । କିନ୍ତୁ ତାପୂର୍ବରୁ ବାପା ଓ ପୁଅ ନିଜ ଭିତରେ ହେଲେ ହଣାକଟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁନା ଗଢିଆ ଗାଁରେ । ଯାହା ଖବର ରହିଛି ଗାଁର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁ ନେଇ ଝଗଡା ଲାଗିଥିଲେ । ପ୍ରଥମେ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା ଏବଂ ପରେ ଏହା ଉଗ୍ର ରୂପ ନେଲା ଯେ ଘର ଭିତରେ ବୁଲିଲା ଖଣ୍ଡା ଭୁଜାଲୀ । ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ଆଉ ଶେଷରେ ବାପା ଆକ୍ରମଣରେ ସେଇଠି ଟଳି ପଡିଲା ପୁଅ । ଆଉ ପୁଅକୁ ଟଳି ପଡିବାର ଦେଖି ଗୁରୁତର ବାପା ଘରୁ ବାହାରକୁ ଯାଇ ଚିତ୍କାର କଲା ମୋ ପୁଅ ମୋତେ ମାରିଦେଲା । ଲୋକେ ତା ଅବସ୍ଥା ବି ଦେଖିଲେ ଆଉ ସ୍ଥିତି ସଙ୍ଗୀନ ଦେଖି ତୁରନ୍ତ ଆମ୍ବୁଲାନ୍ସ ଡାକି ହସ୍ପିଟାଲରେ ଭର୍ତ୍ତି କରାଇଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବାପା ବାହାରେ ଯାଇ କହିଲା ପୁଅ ମାରିଲା ବୋଲି କିନ୍ତୁ ସେ ନିଜେ ପୁଅକୁ ମାରି ଶୁଆଇ ଦେବା କଥା କହିଲାନି । ଯାହାଫଳରେ ଗାଁ ଲୋକେ ଆଦୌ ବି ଟେର ପାଇଲେନି ପୁଅ ଘର ଭିତରେ ମରି ଶୋଇଛି ବୋଲି, ଲୋକେ ଭାବୁଛନ୍ତି ପୁଅ ବୋଧହୁଏ ବାପାକୁ ମାରିବା ଭୟରେ ଘର ଭିତରେ ଲୁଚି ରହିଛି । କିନ୍ତୁ ଭିତରେ ଯାଇ ଦେଖନ୍ତି ତ ପୁଅ ଉପରେ ଜନ୍ଦା ପିମ୍ପୁଡି ଚାଲିଲେଣି ।

ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ଘଟିଲା ଏଭଳି ଘଟଣା । ଆଉ କେଉଁ କାରଣ ପାଇଁ ବାପ ପୁଅଙ୍କ ମଧ୍ୟରେ ଏମିତି କରୁଣ ପରିଣତି ହେଲା ତାର ତଦନ୍ତ କରୁଛି ପୋଲିସ । ତେବେ କହିବାକୁ ଚାହିଁବୁ ଯେ ଗୁରୁତର ବାପାକୁ ପ୍ରଥମେ ଭଦ୍ରକ ଜିଲ୍ଲା ଡାକ୍ତରଖାନା ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ବନ୍ତ ପୋଲିସ୍‌ ସହ ଧାମନଗର ଏସଡିପିଓ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ।

Pritiparna

Recent Posts

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…

16 mins ago

ଭାରତର କେଉଁ ରାସ୍ତାରେ ହୋଇଥାଏ ସର୍ବାଧିକ ଦୁର୍ଘଟଣା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…

18 mins ago

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…

27 mins ago

ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…

28 mins ago

କାଶୀପୁର: ଅଜଣା ରୋଗରେ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା କାଶୀପୁରରେ ଅଜଣା ରୋଗରେ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଜଣା ରୋଗରେ ମୃତ୍ୟୁ ଘଟଣାରେ…

40 mins ago

ସାମ୍ନାକୁ ଆସିଲା ‘ସରଫିରା’ରୁ ଅକ୍ଷୟ କୁମାରଙ୍କ ଦମ୍‌ଦାର ଲୁକ୍‌, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ସରଫିରା' କୁ ନେଇ ଏକ ନୂଆ ଅପ୍‌ଡେଟ୍‌ ସେୟାର କରିଛନ୍ତି ।…

41 mins ago