ରାଜ୍ୟ

କୁଆଡେ ଗଲେ ବ୍ରାଞ୍ଚ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ନିଖୋଜ, ଏଯାଏଁ ମିଳିନି ପତ୍ତା

ବାଙ୍କି (କେନ୍ୟୁଜ) : କୁଆଡେ ଗଲେ ବ୍ୟାଙ୍କ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ଉଭାନ । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ ସ୍ତ୍ରୀ ବ୍ରହ୍ମପୁରରୁ ଧାଈଁ ଆସିଛନ୍ତି ଖୋଜିବାକୁ । କିନ୍ତୁ କିଛି ବି ସୁରାକ ମିଳୁନି ବ୍ୟାଙ୍କ ମ୍ୟାନେଜରଙ୍କର । ଫୋନରେ କହିଲେ ବ୍ୟାଙ୍କ ଯାଉଛି କିନ୍ତୁ ନିର୍ଦ୍ଧିଷ୍ଟ ସମୟ ପାର କରିଯାଇଥିଲେ ସୁଦ୍ଧା ଆସିଲେନି ମ୍ୟାନେଜର ସାର । ଫୋନ୍‌ ବି ଆସୁଥିଲା ସୁଇଚ ଅଫ୍‌ । ଏବେ ପର୍ଯ୍ୟନ୍ତ ବି ସୁଇଚ୍‌ ଅଫ୍‌ ଅଛି ବ୍ୟାଙ୍କ ମ୍ୟାନେଜର ସାରଙ୍କ ମୋବାଇଲ ।

ଶନିବାର ରବିବାର ଦୁଇ ଦିନ ଛୁଟି ସାରି ସୋମବାର ଦିନ ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଟକ ଜିଲ୍ଲାର ବାଙ୍କୀ ବୈଦେଶ୍ୱର୍ ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କ୍ କଳାପଥର ଶାଖାରୁ ମହାନଦୀର ଉତ୍ତର ପାର୍ଶ୍ୱରେ ଥିବା ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କ୍ ଶାଖାକୁ ଯାଉଥିବା ବ୍ରାଞ୍ଚ ମ୍ୟାନେଜର ବୈଦେଶ୍ୱର୍ ଥାନାର ମାତ୍ର କିଛି ବାଟ ପୂର୍ବରୁ କେଉଁଆଡେ ନିଖୋଜ୍‌ ହୋଇଯାଇଛନ୍ତି ।

ଏନେଇ ବୈଦେଶ୍ୱର୍ ଥାନାରେ ଲିଖିତ ଏତଲା ଦେଇଛନ୍ତି କଳାପଥର ଶାଖାର ବ୍ରାଞ୍ଚ ମ୍ୟାନେଜର। କାନାଡା ବ୍ୟାଙ୍କର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁ ନିଜ ଘର ବ୍ରହ୍ମପୁରରୁ ଆଡ଼ଭେଞ୍ଚର୍ ବାଇକରେ ଆସି ଠିକ୍ ସାଢ଼େ ନଅଟାରେ କଳାପଥର ଶାଖାରେ ପହଞ୍ଚି କିଛି ବ୍ୟାଙ୍କ୍ ସମ୍ପର୍କିତ କାର୍ଯ୍ୟ କରି ବାଇକ୍ ଯୋଗେ ବଡମ୍ବା ଯାଉଥିଲେ।

ହେଲେ ପତନି ଛକ ପାସ କରିବା ପରେ ଆଉ ମ୍ୟାନେଜରଙ୍କ ଫୋନ ଲାଗିଲାନି । ବାରମ୍ବାର ସୁଇଚ ଅଫ୍‌ ଆସୁଥିଲା ଫୋନ୍‌ । ବଡମ୍ବା ବ୍ରାଞ୍ଚରେ ପହଞ୍ଚିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ କଳା ପଥର ମ୍ୟାନେଜରଙ୍କୁ ଆସି ନ ଥିବାର ଖବର ଦେଇଥିଲେ। ବହୁ ଖୋଜା ଖୋଜି ପରେ କଳା ପଥର ମ୍ୟାନେଜର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ମିଳୁ ନ ଥିବାର ଏକ ଲିଖିତ ଏତଲା ଦାୟର କଲେ।

ଏତଲା ଆଧାରରେ ପୋଲିସ୍ ତନାଘନା କରୁଥିବା ବେଳେ ନିଖୋଜ ବ୍ରାଞ୍ଚ ମ୍ୟାନେଜର ଙ୍କ ପରିବାର ଓ ସମ୍ପର୍କୀୟ ମାନେ ପହଞ୍ଚି ଖୋଜା ଖୋଜି କରୁଛନ୍ତି। ପତନି ଛକ ର ଏକ ଦୋକାନ ରୁ ସି ସି ଟିଭି ଫୁଟେଜ ରୁ ବ୍ରାଞ୍ଚ ମ୍ୟାନେଜର ୧୦ ଟା ସମୟରେ ବାଇକରେ ଯାଉଥିବାର ଜଣାପଡ଼ିଛି। ତେବେ କେଉଁ ଆଡେ ଗଲେ ବ୍ରାଞ୍ଚ ମ୍ୟାନେଜର। ଅପହରଣ ନା ଆଉ କଣ ତଦନ୍ତ ହେଲେ ଜଣା ପଡ଼ିବ। ସେପଟେ ମ୍ୟାନେଜରଙ୍କ ପତ୍ନୀ କହିଛନ୍ତି ଭୋର୍ ଛଅ ଟାରେ ବ୍ରହ୍ମପୁ ଘରୁ ବାହାରି ଥିଲେ। ଘରେ ସେଭଳି କିଛି ଅସୁବିଧା ହୋଇ ନ ଥିଲା।

Pritiparna

Recent Posts

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

2 mins ago

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

18 mins ago

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

56 mins ago

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

1 hour ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

1 hour ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

1 hour ago