ରାଜ୍ୟ

ଝାରସୁଗୁଡ଼ା ଆସନ ପାଇଁ ନାମାଙ୍କନ ଭରିଲେ ପ୍ରାର୍ଥୀ

ଝାରସୁଗୁଡ଼ା (କେନ୍ୟୁଜ୍‌): ଝାରସୁଗୁଡ଼ା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ। ଝାରସୁଗୁଡ଼ା ଆସନ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ବାଳ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଟଙ୍କଧର ନିଜ ହଜାର ହଜାର ସମର୍ଥକଙ୍କ ସହ ବେହେରାମାଲ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ମଧ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବରଗଡ଼ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଭୋଇ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିପରି ବ୍ରଜରାଜନଗର ଆସନର ପାଇଁ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ ବ୍ରଜରାଜନଗର ଆସନ ପାଇଁ ନିଜ ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମେ ୩ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୬ତାରିଖରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

 

Sasmita

Recent Posts

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

40 mins ago

ଘର ଗାଡ଼ି ଭତ୍ତା ସବୁକିଛି ମିଳେ ଫ୍ରିରେ, ଜାଣନ୍ତୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଉ କଣ ସବୁ ସୁବିଧା ପାଆନ୍ତି ଏମାନେ

ଲୋକସଭା ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇ ସାରିଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ମୋଟ ୭୨ ଜଣ…

43 mins ago

ନକଲି ଭୋଟର କାର୍ଡ କରି ଲୋକସଭା ନିର୍ବାଚନରେ ଦେଇଥିଲେ ଭୋଟ, ୪ ବାଂଲାଦେଶୀଙ୍କୁ ଧରିଲା ଏଟିଏସ

ମହାରାଷ୍ଟ୍ର ଏଟିଏସ୍‌ ୪ ଜଣ ବାଂଲାଦେଶୀଙ୍କୁ ମୁମ୍ବାଇରୁ ଗିରଫ କରିଛି । ଏମାନେ କିଛିଦିନ ହେଲାଣି ଅବୈଧ ଭାବେ ଜାଲ୍‌…

55 mins ago

ସରକାରୀ କର୍ମଚାରୀଙ୍କୁ ୩୦ ଜୁନ ଯାଏ ଛୁଟି ମନା, ସରାକାରୀ ଛୁଟିରେ ବି ରହିବେ ଉପସ୍ଥିତ

କେନ୍ୟୁଜ (ବ୍ୟୁରୋ)  : ସରକାରୀ କର୍ମଚାରୀଙ୍କ ପାଇଁ ଏଥର ରଜ ଫିକା । କାରଣ ଜୁନ ୩୦ ଯାଏ କୌଣସି…

1 hour ago

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ, ପୋଲିସର ତନାଘନା

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ…

1 hour ago

ଗ୍ୟାଙ୍ଗଷ୍ଟର୍‌ ଅବୁ ସଲେମ୍‌ଙ୍କ ଜୀବନ ପ୍ରତି ବିପଦ ! ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନ କରିବାକୁ କୋର୍ଟଙ୍କୁ ନିବେଦନ

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅବୁ ସଲେମ୍‌ । ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି…

1 hour ago