ଦେଶ ବିଦେଶ

ଜୟପୁର, ନାଗପୁର, ଗୋଆ…ଏକାସାଙ୍ଗେ ଦେଶର ଅନେକ ବିମାନବନ୍ଦରକୁ ମିଳିଲା ବୋମା ଧମକ

ଜୟପୁର, ନାଗପୁର, କାନପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ମିଳିଛି ବୋମା ଧମକ । ସୋମବାର ସକାଳେ ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁତାବକ, ସୋମବାର ଦିନ ପ୍ରାୟ ୧୦ଟା ବେଳେ ଏହି ଧମକପୂର୍ଣ୍ଣ ଇମେଲ ମିଳିଥିଲା । ବିମାନବନ୍ଦର ନିର୍ଦ୍ଦେଶକ ଆବିଦ୍ ରୁଇଙ୍କ ଇମେଲ୍ ଆଇଡିରେ ମେଲ୍‌ ରିସିଭ୍‌ ହୋଇଥିଲା ।

ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଧମକପୂର୍ଣ୍ଣ ଇମେଲ ମିଳିବା ନେଇ ନାଗପୁରର ସୋନେଗାଓଁ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ପରେ ବିମାନବନ୍ଦରର ସୁରକ୍ଷା ଆହୁରି ବଢ଼ାଇ ଦିଆଯାଇଛି ।

ତେବେ ପୋଲିସ ସନ୍ଦେହ ପ୍ରକାଶ କରି କହିଛି ଯେ ଏହା ଏକ ନକଲି ଇମେଲ । ଇମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି । ଏହା ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଠାଯାଇଛି । ସୂଚନା ମୁତାବକ, ଦୁଇ ଦିନ ପୂର୍ବରୁ ମଧ୍ୟ କୋଲକାତା ସମେତ ଦେଶର ଅନେକ ବିମାନବନ୍ଦରକୁ ଏହି ପ୍ରକାରର ଇମେଲ ଆସିଥିଲା, ଯାହା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା ।

ଗୋଆର ଡାବୋଲିମ୍ ବିମାନବନ୍ଦରକୁ ମଧ୍ୟ ସେମାନଙ୍କ ଅଫିସିଆଲ୍ ଇମେଲରେ ବୋମା ଧମକ ମିଳିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ବୋମା ସ୍କ୍ଵାଡ୍‌ ପୂରା ବିମାନବନ୍ଦରରେ ଖୋଜାଖୋଜି କରିଥିଲା । ହେଲେ ସେଠାରୁ କିଛି ବି ଉଦ୍ଧାର କରାଯାଇ ନାହିଁ ।

ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌ଭିଟି ଧନ୍ମଜୟ ରାଓ କହିଛନ୍ତି, ଆମେ ବର୍ତ୍ତମାନ ଅତିରିକ୍ତ ସାବଧାନତା ଅବଲମ୍ବନ କରୁଛୁ । ବିମାନବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଛି । କିନ୍ତୁ ବିମାନ ଚଳାଚଳ ପ୍ରଭାବିତ ହୋଇନାହିଁ ।

ଏହାସହ ରାଜସ୍ଥାନର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଆଜି ସକାଳେ ଇମେଲ ମିଳିଥିଲା । ଖୋଜାଖୋଜି ପରେ ଏ ପର୍ଯ୍ୟନ୍ତ କୌଣସି ବି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ସେପଟେ ଏହି ଘଟଣାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି ।

Roshni

Recent Posts

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

11 mins ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

15 mins ago

ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ

ନରସିଂହପୁର (କେନ୍ୟୁଜ୍‌): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…

23 mins ago

ଭାରି ହେଇଗଲା ଅମୃତଭଣ୍ଡାର ଓଜନ ଓଲଟିପଡିଲା ଟ୍ରକ୍‌, ଗାଡି ଭିତରେ ଚାପି ରହି ଚାଲିଗଲା ଚାଳକର ଜୀବନ

ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…

38 mins ago

ହିଟୱେଭ ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍‌): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି…

41 mins ago

ଅନାଥ ଝିଅ ସସ୍ମିତାଙ୍କ ହାତ ଧରିବାକୁ ଛତିଶଗଡରୁ ଧାଇଁ ଆସିଛନ୍ତି ମୋହନଲାଲ

ସୁନ୍ଦରଗଡ (କେନ୍ୟୁଜ) : ସଜେଇ ହୋଇ ବେଦୀରେ ବସିଛି କନ୍ୟା । ପାଖରେ ବସିଛି ବର । ବ୍ରାହ୍ମଣଙ୍କ ମନ୍ତ୍ର…

48 mins ago