ରାଜ୍ୟ

ଭୁବନେଶ୍ୱରରେ ଚାଞ୍ଚଲ୍ୟ ! କେୟାର ଟେକର ହୋଇ ରହିଲା, ନାତିର ଅଭିନୟ କଲା ତାପରେ ଲୁଟିନେଲା

ଭୁବନେଶ୍ୱର (କେନ୍ୟୁଜ୍‌) : ତାପସରେ ତୁ ଏମିତି କେମିତି କଲୁ…ତୋତେ ପା ମୁଁ ମୋ ନାତି ପରି ମାନିଥିଲି… ତୁ ମୋ ବିଶ୍ୱାସରେ ବିଷ ଦେଇ ଶେଷରେ ମୋ ସୁନା ଚେନ୍‌ ନେଇଗଲୁ…ଏବେବିି ବିଶ୍ୱାସ ହେଉନି ତୁ ସତରେ ମୋତେ ଏମିତି ଠକିଦେଲୁ… ବୃଦ୍ଧାଙ୍କ ବିଶ୍ଵାସରେ ବିସ ଦେଲେ କେୟାର ଟେକର । ବିଶ୍ୱାସ ଜନ୍ମାଇ ଘରେ ବୁଲାଇଲା କଳା କନା । ଘରେ ରହିଲା, ନାତିର ଅଭିନୟ କଲା…ସୁଯୋଗ ଦେଖି ଘରେ କଳାକନା ବୁଲାଇଲା…ବିଶ୍ୱାସରେ ବିଷ ଦେଲା କେୟାର ଟେକର…୮୦ ବର୍ଷୀୟା ବୃଦ୍ଧାଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲା ।

ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ଏକ ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ୨ ତାରିଖରେ ଖଣ୍ଡଗିରି ଥାନାରେ ୮୦ ବର୍ଷିୟା ସୁଜାତା ମହାନ୍ତି ତାଙ୍କର ସୁନାଚେନ ଓ କାନଫୁଲ ଚୋରି ହୋଇଥିବା ଦେଇ ରିପୋର୍ଟ ଦେଇଥିଲେ । ଯାହାପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତବେଳେ ଜଣା ପଡିଥିଲା ଯେ ୨୦୨୧ ମସିହାରେ ବୁଦ୍ଧାଙ୍କ ଘରେ ତାପସ ନାୟକ ନାମକ ଜଣେ ଯୁବକ କେୟାର ଟେକର ଭାବେ ବୃଦ୍ଧାଙ୍କ ଘରେ କାମ କରୁଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ସେ ଚାକିରୀ ଛାଡି ପଳାଇଥିଲା । କିନ୍ତୁ ଗତ ଜୁଲାଇ ମାସରେ ପୁଣି ଥରେ ଆସି କାମରେ ଯୋଗ ଦେଇ ପୁଣି ଅଗଷ୍ଟ ମାସରେ କାମ ଛାଡିଦେଲା । କିନ୍ତୁ ସେତେବେଳକୁ ତାଉପରେ କୌଣସି ସନ୍ଦେହ ହୋଇନଥିଲା ବୃଦ୍ଧାଙ୍କର । କାହିଁକିନା ଘରେ ପୁଅ ବୋହୁ କେହି ନଥିବା କାରଣରୁ ତାପସକୁ ନିଜର ନାତି ଭଳି ଭାବୁଥିଲେ ବୃଦ୍ଧା । ତେବେ ବୃଦ୍ଧା ଜଣଙ୍କ ଯେତେବେଳେ କୌଣସି କାରଣରୁ ନିଜ ସୁନା ଚେନ ଓ କାନଫୁଲ ପିନ୍ଧିବା ପାଇଁ ଏସବୁକୁ ଖୋଜିଲେ । ସେତେବେଳେ ସେ ଆଉ ଏସବୁ ଅଳଙ୍କାର ପାଇଲେନାହିଁ ।

କାନଫୁଲ ଓ ସୁନା ଚେନକୁ ମିଶାଇ ପାଖାପାଖି ୩୫ ଗ୍ରାମର ସୁନା ଚେନ୍‌ ଚୋରି ହୋଇଯାଇଥିଲା । ହେଲେ ସେ କେଆର ଟେକର୍ ଉପରେ ସନ୍ଦେହ ନକରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ,ହେଲେ ସବୁ କଥା ଶୁଣିବା ପରେ ପୋଲିସ ର ସନ୍ଦେହ କେଆରଟେକର ଉପରକୁ ଆସିଥିଲା,ପରବର୍ତ୍ତୀ ସମୟରେ ତଦନ୍ତ କରି ଏହି କେଆରଟେକରକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ଓ ଚୋରି ହୋଇଥିବା ସମସ୍ତ ସୁନା ଗହଣାକୁ ତାପସର ଘରୁ ଜବତ କରିଛି ପୋଲିସ ।

ତାପସ ମୋ ନାତି ପରି l ବହୁତ ଭଲ ପିଲା l ତାପସ ଏଭଳି କରିବ ବିଶ୍ୱାସ କରିପାରୁନି l ସବୁ କାମରେ ମୋତେ ସାହାଯ୍ୟ କରେ l ଏବେବି ବିଶ୍ୱାସ ହଉନି ତାପସ ୟେ କମ କରିଛିବୋଲି l ତାକୁ କିଏ ଏଭଳି କରିବାକୁ ପ୍ରବର୍ତ୍ତାଇଥାଇପାରେ ବୋଲି କହିଛନ୍ତି ବୃଦ୍ଧା ସୁଜାତା ମହାନ୍ତି ।

ରାଜଧାନୀରେ ଏପରି ବହୁ ବୃଦ୍ଧ ବୃଦ୍ଧା ଏକାକୀ ରହୁଛନ୍ତି । କେୟାର ଟେକର ହାତରେ ସର୍ବସ୍ୱ ଟେକିଦେଇ ବୃଦ୍ଧା ବାପା ମାଆଙ୍କୁ ଏକାକୀ ଛାଡି ବିଦେଶରେ ପିଲାମାନେ ମଉଜ୍‌ କରୁଛନ୍ତି । ହେଲେ କେତେ ସୁରକ୍ଷିତ ଏମାନେ? କେୟାର ଟେକର ବିଶ୍ୱାସରେ ବିଷ ଦେଉନି ତ? ତେଣୁ ଘରେ କେୟାର ଟେକର ରଖିବାବେଳେ ନିଜ ଧନ ଜୀବନକୁ ସୁରକ୍ଷିତ ରଖିବା ଦିଗରେ ସଜାଗ ରହିବାକୁ ପରାମର୍ଶ ଦେଇଛି ପୋଲିସ ।

Pritiparna

Recent Posts

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

4 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

9 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

13 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

26 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

40 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

43 mins ago