କରଞ୍ଜିଆ(କେନ୍ୟୁଜ୍):ମଣିଷକୁ ପଶୁ ଇଞ୍ଜେକ୍ସନ ଦିଆଯିବା ଘଟଣାରେ ମହୁଲଡିହି ଥାନାରେ ମାମଲା ରୁଜୁ । ନକଲି ଡାକ୍ତରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପଶୁ ଇଞ୍ଜେକସନ ନେଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେପଟେ ନକଲି ଡାକ୍ତରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ରୋଗୀଙ୍କ ପରିବାର ।
ବିଶ୍ୱନାଥ ବେହେରା ନାମକ ଜଣେ ନକଲି ଡାକ୍ତର ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଗାଁକୁ ଆସି ଠାକୁମୁଣ୍ଡା ମେଡିକାଲର ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏହି ସମୟରେ ରୋଗୀ ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟା ବିନ୍ଧା ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍ସନ ଦେଇଥିଲେ । ସେପଟେ ଘଟଣା ଦିନ ଏପରି ଜଣେ ଠକ ଡାକ୍ତରଙ୍କୁ ଗ୍ରାମବାସୀ ମହୁଲଡିହା ଥାନାରେ ଜିମା ଦେଇଥିଲେ ବି ଥାନା ପକ୍ଷରୁ ଏକ ରାଜିନାମା ଲେଖାଇ ଛାଡିବା ଅଞ୍ଚଳବାସୀ ବିରୋଧ କରିଛନ୍ତି ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…