ରାଜ୍ୟ

ସ୍ଥଳ ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ନାଚ ଗୀତରେ ମସଗୁଲ୍‌ ଚଣ୍ଡୀ ପ୍ରସାଦଙ୍କ ଜନ୍ମମାଟି

ଜଗତସିଂହପୁର ଜ଼ିଲ୍ଲା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ସ୍ଥଳ ସେନାର ଉପ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ଜନ୍ମ ମାଟି ଜୟବଡ ଗ୍ରାମରେ ଉତ୍ସବ ମନାଇଲେ ଲେଫ୍ଟନାଣ୍ଟ ଜେନେରାଲ ସି ପି ମହାନ୍ତିଙ୍କ ପରିବାର ଓ ଗ୍ରାମବାସୀ। ପୁଅ ସର୍ବୋଚ୍ଚ ସ୍ତାନକୁ ଯିବା ପାଇଁ ବାପା ଛାଡିଛନ୍ତି ଆମିଷ।

ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଜୟବଡ ଗ୍ରାମରେ ପଡୋଶୀ ,ସମ୍ପର୍କୀୟ ,ପିଲାଦିନର ସହପାଠୀ ମାନଙ୍କୁ ନେଇ ଏକ ଉତ୍ସବ ପାଳନ ହୋଇଥିଲା, ଭାବ ବିହ୍ଵଳ ହୋଇଥିଲେ ଗ୍ରାମବାସୀ। ଶୁଭେଛୁ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି ବାପା ଜିତେନ୍ଦ୍ର ମହାନ୍ତି ଓ ସାନ ଭାଇ ଦେବୀ ପ୍ରସାଦ ମହାନ୍ତିଙ୍କୁ।

ଲେଫ୍ଟନାଣ୍ଟ ଜେନେରାଲ ସି ପି ମହାନ୍ତିଙ୍କ ବାପାଙ୍କୁ ହୁଇଲ ଚେୟାରରେ ଆଣି ମଂଚ ଉପରରେ ବସାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାଜା ବାଣ ସହିତ ମେଲୋଡି ହୋଇଥିଲା ଗ୍ରାମରେ। ଗ୍ରାମର ମହିଳା ଠାରୁ ଆରମ୍ଭ କରି ପୁରୁଷ ଏବଂ ଛୋଟ ପିଲାମାନେ ସମସ୍ତେ ମଂଚ ଉପରେ ବାଜାର ତାଳେ ତାଳେ ନାଚି ଥିଲେ।

ତେବେ ବାପା ତିନି ପୁଅଙ୍କ ନାମ ଚଣ୍ଡୀ,କାଳୀ,ଓ ଦେବୀ ବୋଲି ରଖିଥିଲେ। ତେବେ ପରିବାର ସମେତ ଗ୍ରାମବାସୀ ସମସ୍ତେ ଆଶା ରଖିଛନ୍ତି ଚଣ୍ଡୀ ପ୍ରସାଦ ସେନାର ସବ୍ରୋଚ ସ୍ତରକୁ ଯାଆନ୍ତୁ ଓ ଗ୍ରାମର ନାମ ସହିତ ଭାରତ ର ନାମକୁ ଟେକ ରଖନ୍ତୁ।

 

Pritiparna

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

25 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

37 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

51 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago