Below header

ସ୍ଥଳ ସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ନାଚ ଗୀତରେ ମସଗୁଲ୍‌ ଚଣ୍ଡୀ ପ୍ରସାଦଙ୍କ ଜନ୍ମମାଟି

ଜଗତସିଂହପୁର ଜ଼ିଲ୍ଲା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ସ୍ଥଳ ସେନାର ଉପ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବାରୁ ଜନ୍ମ ମାଟି ଜୟବଡ ଗ୍ରାମରେ ଉତ୍ସବ ମନାଇଲେ ଲେଫ୍ଟନାଣ୍ଟ ଜେନେରାଲ ସି ପି ମହାନ୍ତିଙ୍କ ପରିବାର ଓ ଗ୍ରାମବାସୀ। ପୁଅ ସର୍ବୋଚ୍ଚ ସ୍ତାନକୁ ଯିବା ପାଇଁ ବାପା ଛାଡିଛନ୍ତି ଆମିଷ।

ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଜୟବଡ ଗ୍ରାମରେ ପଡୋଶୀ ,ସମ୍ପର୍କୀୟ ,ପିଲାଦିନର ସହପାଠୀ ମାନଙ୍କୁ ନେଇ ଏକ ଉତ୍ସବ ପାଳନ ହୋଇଥିଲା, ଭାବ ବିହ୍ଵଳ ହୋଇଥିଲେ ଗ୍ରାମବାସୀ। ଶୁଭେଛୁ ମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି ବାପା ଜିତେନ୍ଦ୍ର ମହାନ୍ତି ଓ ସାନ ଭାଇ ଦେବୀ ପ୍ରସାଦ ମହାନ୍ତିଙ୍କୁ।

chandiଲେଫ୍ଟନାଣ୍ଟ ଜେନେରାଲ ସି ପି ମହାନ୍ତିଙ୍କ ବାପାଙ୍କୁ ହୁଇଲ ଚେୟାରରେ ଆଣି ମଂଚ ଉପରରେ ବସାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାଜା ବାଣ ସହିତ ମେଲୋଡି ହୋଇଥିଲା ଗ୍ରାମରେ। ଗ୍ରାମର ମହିଳା ଠାରୁ ଆରମ୍ଭ କରି ପୁରୁଷ ଏବଂ ଛୋଟ ପିଲାମାନେ ସମସ୍ତେ ମଂଚ ଉପରେ ବାଜାର ତାଳେ ତାଳେ ନାଚି ଥିଲେ।

ତେବେ ବାପା ତିନି ପୁଅଙ୍କ ନାମ ଚଣ୍ଡୀ,କାଳୀ,ଓ ଦେବୀ ବୋଲି ରଖିଥିଲେ। ତେବେ ପରିବାର ସମେତ ଗ୍ରାମବାସୀ ସମସ୍ତେ ଆଶା ରଖିଛନ୍ତି ଚଣ୍ଡୀ ପ୍ରସାଦ ସେନାର ସବ୍ରୋଚ ସ୍ତରକୁ ଯାଆନ୍ତୁ ଓ ଗ୍ରାମର ନାମ ସହିତ ଭାରତ ର ନାମକୁ ଟେକ ରଖନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.