Below header

ସାବାସ୍‌ ସରପଞ୍ଚ: ରାସ୍ତାରେ ପଡିଥିବା ମୃତଦେହକୁ ଉଦ୍ଧାର କରି ସମ୍ପନ୍ନ କଲେ ଶେଷକୃତ୍ୟ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ମାତ୍ର ୭କିମି ଦୂରରେ ବ୍ରହ୍ମପୁରକୁ ବଢିଥିବା ଜାତୀୟ ରାଜପଥ। ଏହି ରାଜପଥର ଏକ ଗ୍ରାନାଇଟ ଶିଳ୍ପାନୁଷ୍ଠାନ ପାର୍ଶ୍ୱରେ ପଡିରହିଥିଲେ ଢାମୁଣିଗାର ଶିରିପୁରମ ତିରୁପତି ନାମକ ଜଣେ ବ୍ୟକ୍ତି । ଯାହାକୁ ଦେଖିବାକୁ ପାଇଥିଲେ ଗଜପତି ଜିଲ୍ଲା କେରାଣ୍ଡି ସରପଞ୍ଚ ରାଗିଡି ରାଣୀଙ୍କ ସ୍ୱାମୀ ରାଗିଡି ଦିବାକର । ସେ ନିଜର ଜଣେ ସହେଯାଗୀଙ୍କ ସହ ଯାଉଥିବା ବେଳେ ଦେଖିଥିଲେ । ସେ ସଙ୍ଗେ ସଙ୍ଗେ ତିରପତିଙ୍କ ସର୍ମ୍ପକୀୟ ଓ ଢାମୁଣିଗାଁର ଗ୍ରାମବାସୀଙ୍କୁ ସୂଚନା ପ୍ରଦାନ କରିଥିଲେ । କେହି ନ ଆସିବାରୁ ପାରଳାଖେମୁଣ୍ଡି ପୋଲିସକୁ ସୂଚନା ଦେଇଥିଲେ । ସେଠାରୁ ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ର ନେବା ପରେ ତିରୁପତି ମୃତ ବୋଲି ଜଣାପଡିଥିଲା ।

ତେବେ ସେ ଫିଡ୍ସ ରୋଗରେ ମୃତ୍ୟୁବରଣ କରିଥିବା ଡାକ୍ତର କହିଥିଲେ । ମୃତ୍ୟୁର ଖବର ମଧ୍ୟ ମୃତ ତିରୁପତିଙ୍କ ପରିବାର ବର୍ଗ ଓ ଗ୍ରାମବାସୀଙ୍କୁ ଦେଇଥିଲେ । କିନ୍ତୁ କେହି ମଧ୍ୟ ଆସିଲେ ନାହିଁ । ଶେଷରେ ସରପଞ୍ଚ ରାଗିଡି ରାଣୀ ଓ ତାଙ୍କ ସ୍ୱାମୀ ରାଗିଡି ଦିବାକର ନିଜର କିଛି ସହଯୋଗୀଙ୍କ ସହେଯାଗରେ ଶବ ବ୍ୟବଛେଦ କରାଇ ମହାପ୍ରଣାୟନ ଯାନରେ ମୃତ ତିରୁପତିର ଶବକୁ ତାଙ୍କର ଜନ୍ମ ମାଟି ଢାମୁଣିଗାଁକୁ ନେଇ ଶେଷ କୃତ୍ୟ ସମ୍ପର୍ଣ୍ଣ କରିଥିଲେ । ଯାହାକୁ ନେଇ ବେଶ ପ୍ରଶଂସା କରିଛନ୍ତି ପଞ୍ଚାୟତବାସୀ ଓ ତାଙ୍କ ସହେଯାଗୀ ମାନେ । ଏପରି ନିର୍ବାଚିତ ପ୍ରତିନିଧି ଆମ ରାଜ୍ୟ ପାଇଁ ଓ ଦେଶରେ ବହୁମାତ୍ରାରେ ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.