ରାଜ୍ୟ

ବାତ୍ଯା କ୍ଷୟକ୍ଷତିର ଆକଳନ ପାଇଁ ଚାନ୍ଦବାଲିରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଚାନ୍ଦବାଲି(କେନ୍ଯୁଜ୍): ମହାବାତ୍ୟା ଅମ୍ଫାନରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବିଶେଷଭାବେ ପ୍ରଭାବିତ ହୋଇଥିଲା। ଏନେଇ ଆଜି କେନ୍ଦ୍ରୀୟ ଟିମ ଧାମରାରେ ପହଞ୍ଚି ବାତ୍ଯା ଅମ୍ଫାନର କ୍ଷୟକ୍ଷତି ଆକଳନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ମୁତାବକ ଆଜି ଦିବା ୧୨ ଟାରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ନେତୃତ୍ଵରେ ୫ ଜଣିଆ ଟିମ୍ ଧାମରାରେ ପହଁଚିଥିଲେ । ଧାମରାରେ ପହଁଚିବା ପରେ ପ୍ରଥମେ ଆଦାନୀ ପୋର୍ଟରେ କିଛି ସମୟ ପାଇଁ ଜିଲ୍ଲାପ୍ରଶାସନ ସହ ବାତ୍ଯା ଅମ୍ଫାନର କ୍ଷୟକ୍ଷତି ବାବଦରେ ଆଲୋଚନା କରିଥିଲେ ।

ପରେ କଇଥକୋଲା, ଦୋସିଙ୍ଗା ପଞ୍ଚାୟତର ରାସ୍ତା ସାଇଟରେ ପଡି ରହିଥିବା ବିଦ୍ୟୁତ ଖୁଣ୍ଟି ଦେଖିଥିଲେ । ଅନ୍ଯପଟେ ମହାବାତ୍ଯା ଅମ୍ଫାନରେ କ୍ଷୟକ୍ଷତି ବାବଦରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜିଲ୍ଲାପାଳ କେନ୍ଦ୍ରୀୟ ଟିମକୁ ଅବଗତ କରାଇଥିଲେ । କିନ୍ତୁ ବାତ୍ଯା ବିପନ୍ନ ଲୋକମାନେ କେନ୍ଦ୍ରୀୟ ଟିମକୁ ଭେଟିବାକୁ ସୁଯୋଗ ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

14 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

2 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

4 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

5 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago