ବାତ୍ଯା କ୍ଷୟକ୍ଷତିର ଆକଳନ ପାଇଁ ଚାନ୍ଦବାଲିରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଚାନ୍ଦବାଲି(କେନ୍ଯୁଜ୍): ମହାବାତ୍ୟା ଅମ୍ଫାନରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବିଶେଷଭାବେ ପ୍ରଭାବିତ ହୋଇଥିଲା। ଏନେଇ ଆଜି କେନ୍ଦ୍ରୀୟ ଟିମ ଧାମରାରେ ପହଞ୍ଚି ବାତ୍ଯା ଅମ୍ଫାନର କ୍ଷୟକ୍ଷତି ଆକଳନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ମୁତାବକ ଆଜି ଦିବା ୧୨ ଟାରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବଙ୍କ ନେତୃତ୍ଵରେ ୫ ଜଣିଆ ଟିମ୍ ଧାମରାରେ ପହଁଚିଥିଲେ । ଧାମରାରେ ପହଁଚିବା ପରେ ପ୍ରଥମେ ଆଦାନୀ ପୋର୍ଟରେ କିଛି ସମୟ ପାଇଁ ଜିଲ୍ଲାପ୍ରଶାସନ ସହ ବାତ୍ଯା ଅମ୍ଫାନର କ୍ଷୟକ୍ଷତି ବାବଦରେ ଆଲୋଚନା କରିଥିଲେ ।

central teamପରେ କଇଥକୋଲା, ଦୋସିଙ୍ଗା ପଞ୍ଚାୟତର ରାସ୍ତା ସାଇଟରେ ପଡି ରହିଥିବା ବିଦ୍ୟୁତ ଖୁଣ୍ଟି ଦେଖିଥିଲେ । ଅନ୍ଯପଟେ ମହାବାତ୍ଯା ଅମ୍ଫାନରେ କ୍ଷୟକ୍ଷତି ବାବଦରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜିଲ୍ଲାପାଳ କେନ୍ଦ୍ରୀୟ ଟିମକୁ ଅବଗତ କରାଇଥିଲେ । କିନ୍ତୁ ବାତ୍ଯା ବିପନ୍ନ ଲୋକମାନେ କେନ୍ଦ୍ରୀୟ ଟିମକୁ ଭେଟିବାକୁ ସୁଯୋଗ ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.