Below header

ଲକଡାଉନ ପାଇଁ ଆର୍ଥିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋନିତ ରାୟ, ବିକିବାକୁ ପଡୁଛି ଘରର ଜିନିଷପତ୍ର

କରୋନା ପାଇଁ ଚାଲିଥିବା ଲକଡାଉନ କାରଣରୁ ଅନେକ ଲୋକ ଏବେ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି । ତେବେ ଏହା ମଧ୍ୟରେ ବର୍ତ୍ତମାନ ଯୋଡି ହୋଇଯାଇଛି ସେଲିବ୍ରିଟିଙ୍କ ନାମ । ନିକଟରେ ଟିଭି ଅଭିନେତା ରୋନିତ ରାୟ ମଧ୍ୟ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ତାଲା ପଡିଥିବାରୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ରୋନିତ କହିଛନ୍ତି ଯେ ଜାନୁଆରୀରୁ ମୁଁ ଗୋଟିଏ ବି ଟଙ୍କା ଟଙ୍କା ରୋଜଗାର କରି ନାହିଁ । ମୋର ଅନେକ ଛୋଟ ବ୍ୟବସାୟ ଅଛି ଯାହା ମାର୍ଚ୍ଚରୁ ବନ୍ଦ ହୋଇ ରହିଛି । 100ଟି ପରିବାରକୁ ସହାୟତା କରିବା ପାଇଁ ଯାହା ଦରକାର ସେଥିପାଇଁ ମୋ ପାଖରେ ଯାହା ଅଛି ତାକୁ ବିକ୍ରି କରିବାକୁ ପଡୁଛି । ଏମାନେ ସେହି ପରିବାର ଯେଉଁମାନଙ୍କ ଦାୟିତ୍ତ୍ୱ ମୋ ଉପରେ ରହିଛି ।

ରୋନିତ ରାୟ ଆହୁରି କହିଛନ୍ତି ଯେ, ମୁଁ ବହୁତ ଧନୀ ନୁହେଁ, କିନ୍ତୁ ମୁଁ ଏହା କରୁଛି । ପ୍ରଡକ୍ସନ ହାଉସ ଏବଂ ଚ୍ୟାନେଲଗୁଡ଼ିକକୁ ମଧ୍ୟ ଏହା କରିବା ଆବଶ୍ୟକ । ଯେଉଁ ମାନଙ୍କର ଅଫିସ ଏତେ ଚମତ୍କାର ଯେ ସେମାନଙ୍କୁ ଦୁଇ କିଲୋମିଟର ଦୂରରୁ ବି ଦେଖିହେବ ସେମାନଙ୍କୁ ମଧ୍ୟ କିଛି କରିବା ଉଚିତ୍ । ସେମାନେ ଲୋକଙ୍କୁ ସାହାଯ୍ୟ କରିବା ଦରକାର ।

 

View this post on Instagram

 

Kitna ‘random’ hoon main! #asitis #randomselfie #justlikethat

A post shared by Ronit Bose Roy (@ronitboseroy) on


ସୂଚନା ଅନୁଯାୟୀ ଲକଡାଉନ ଯୋଗୁଁ ଆର୍ଥିକ ସଙ୍କଟରେ ପୀଡ଼ିତ ମନମିତ୍ ଗ୍ରେୱାଲ୍ ନିକଟରେ ମୃତ୍ୟୁବରଣ କରିଥିଲେ । ଏହା ପରେ ‘କ୍ରାଇମ ପାଟ୍ରୋଲ’ର ପ୍ରଖ୍ୟାତ ଅଭିନେତ୍ରୀ ପ୍ରେକ୍ଷା ମେହେତାଙ୍କ ଆତ୍ମହତ୍ୟା ଖବର ମଧ୍ୟ ପ୍ରକାଶ ପାଇଥିଲା । ଏଥି ସହିତ ନିକଟରେ ଟିଭି କଳାକାର ରାଜେଶ କରୀର ସୋସିଆଲ ମିଡିଆରେ ଆର୍ଥିକ ସହାୟତା ମାଗୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.