ଶନିବାର ଓ ରବିବାର ସଟ୍‌ଡାଉନ ନେଇ SRCଙ୍କ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି, ଏହି ସବୁ ସେବାକୁ ମିଳିବ ଅନୁମତି

ଭୁବନେଶ୍ବର: ଜୁନ୍‌ ମାସ ପାଇଁ ଗତ ୧ ତାରିଖରୁ ରାଜ୍ୟ ସରକାର ଜାରି କରିଥିବା ସଟ୍‌ଡାଉନ୍ କଟକଣାରେ କିଛିଟା ପରିବର୍ତ୍ତନ ଆସିଛି। ଏ ବାବଦରେ ଗତକାଲି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି।  ସଟ୍‌ଡାଉନ୍ କଟକଣାରେ ନିମ୍ନ ଲିଖିତ କାର୍ଯ୍ୟକଳାପ ସବୁକୁ ବାଦ ଦିଆଯାଇଛି।

ଶନିବାର ଓ ରବିବାର ସଟ୍‌ଡାଉନ ନେଇ SRCଙ୍କ ପକ୍ଷରୁ ଜାରି କରାଯାଇଛି ଗାଇଡ୍‌ଲାଇନ୍

-‌ ମେଡିକାଲ ଭଳି ଜରୁରୀ କାମ ଥିଲେ ଲୋକମାନେ ବାହାରକୁ ଯାଇପାରିବେ।

-RBI, କ୍ଲିୟରିଂ ହାଉସ୍‌, ATM କର୍ମଚାରୀ, ଏୟାରପୋର୍ଟ ଓ ଷ୍ଟେସନ୍‌ ସହ ଜଡ଼ିତ କର୍ମଚାରୀଙ୍କୁ ମଧ୍ୟ ବାହାରକୁ ଯିବାପାଇଁ ଅନୁମତି ଦିଆଯାଇଛି।

-ବସ୍‌ ଟର୍ମିନାଲ୍‌ ସହ ଜଡ଼ିତ କର୍ମଚାରୀଙ୍କୁ ମଧ୍ୟ ଅନୁମତି ମିଳିଛି।

-ସେହିପରି ସ୍ୱିଗି, ଜୋମାଟୋ ଡେଲିଭରି ବୟଙ୍କୁ ଯା’ଆସ ଅନୁମତି ପ୍ରଦାନ କରିଛି।

-ସଟ୍‌ଡାଉନ୍‌ ସମୟରେ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି ମିଳିଛି।

-ଗଣମାଧ୍ଯମ ପ୍ରତିନିଧିମାନେ ମଧ୍ଯ ନିଜର ପରିଚୟ ପତ୍ର ଦେଖାଇ ଯାତ୍ରା କରିପାରିବା ନେଇ ଅନୁମତି ମିଳିଛି।

-ପେଟ୍ରୋଲ ପମ୍ପ୍ କର୍ମଚାରୀ ଯା’ଆସ ପାଇଁ ଅନୁମତି ମିଳିଛି।

shut down

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.